STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୩୯

ଜୀବନ ଗୀତା-୨୩୯

1 min
26.5K



କବି ଅରୂପାନନ୍ଦ ପାଣିଗ୍ରାହୀଙ୍କୁ ସମର୍ପିତ ।

ଜୀବନର ମୁକ୍ତି ଜୀବନର ଶାନ୍ତି
ଖୋଜିଖୋଜି ସରେ ଦିନ
ଜୀବନ ଜିଗୀଷା ଜୀବନ ଜିଜ୍ଞାସା
ସରେନାହିଁ ରାତିଦିନ ॥୦॥

ମରଣଶୀଳ ଏଇ ଜୀବନ
ତଥାପି ଅମର ହେବାରେ ଇଚ୍ଛା
ପରାଜୟ କେଭେଁ ମାନେନାହିଁ
ନପୂରିବା ଯାଏ ତା ମନବାଞ୍ଛା
ଜୀବନ ସଂଗ୍ରାମ ତା କଠୋରତମ
ଚାଲିଥାଏ ଅନୁକ୍ଷଣ ॥୧॥

ଭାଗ୍ୟରେ ତାର କେବେ ଉତ୍ଥାନ
କେବେପୁଣି ଲେଖାଥାଏ ପତନ
ବିଶ୍ୱାସ କିଂତୁ ହାରେନାହିଁ ସେ
ଆସୁ ଯେତେ ଝଡ କିବା ତୋଫାନ
ବାଧା କି ବନ୍ଧନ ମାନେନା ଜୀବନ
ପାଇବାରେ ଲକ୍ଷ୍ୟସ୍ଥାନ ॥୨॥


Rate this content
Log in