ଜୀବନ ଗୀତା-୨୩୬
ଜୀବନ ଗୀତା-୨୩୬
1 min
13.4K
ଜୀବନ ତ ଧ୍ରୁବସତ୍ୟ
ଏକମାତ୍ର ସତ୍ୟ
ସଚରାଚର ପୃଥିବୀ
ଅଟେ ଏକା ନିତ୍ୟ ॥୦॥
ହାତରେ ପାଦରେ
ସମୟର ବେଡି
ସ୍ୱାଧୀନତା ସବୁ
ନିଏ ସିନା କାଢି
ଗଭୀର ଆତ୍ମବିଶ୍ୱାସ
ଯୋଗାଏ ତାକୁ ସାହାସ
ସମୟ ସହିତ ଲଢେ
ସେ ପ୍ରତିନିୟତ ॥୧॥
ଏକମାତ୍ର ଶତ୍ରୁ
ସମୟ ତାହାର
ପିଠିରେ ବସାଏ
ଚାବୁକ ପ୍ରହାର
ଆଗେଆଗେ ଧାଉଁଥାଏ
ପଛେପଛେ ସିଏ ଧାଏଁ
ଧାଉଁଧାଉଁ ହୁଏପୁଣି
ଦିନେ ଲକ୍ଷ୍ୟପ୍ରାପ୍ତ ॥୨॥
