ଜୀବନ ଗୀତା-୨୩୫
ଜୀବନ ଗୀତା-୨୩୫
1 min
13.7K
ଜୀବନର ସାମଗାନ
ଗାଉଛି ପବନ
ଫୁଲଫୁଟି ହସୁଅଛି
କାନନ କାନନ ॥୦॥
ସବୁଜ ବନାନୀ ନୀଳ ନିର୍ଝରିଣୀ
ଦୂରୁ ଦିଶୁଛି
ଶାଗୁଆ କ୍ଷେତରେ ପତର ଲହରେ
ସୁନା ଫଳିଛି
ଖଣ୍ଡଖଣ୍ଡ ମେଘ ଭାସେ ଚଉଦିଗ
ସକାଳୁ ମନ୍ଦିରୁ ଶୁଭେ
ଭଜନ କୀର୍ତ୍ତନ ॥୧॥
ପୂରୁବ ଗଗନ ସୂରୁଜ କିରଣ
ଢାଳି ଦଉଛି
ଦାନା ଖୁଣ୍ଟିଖୁଣ୍ଟି ଗୀତଗାଇ ପକ୍ଷୀ
ଉଡି ଯାଉଛି
ଆହାକି ସୁନ୍ଦର ଦିଶେ ମନୋହର
ସକାଳୁ ସକାଳୁ ହସି
ଉଠଇ ଜୀବନ ॥୨॥
