STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୩୩

ଜୀବନ ଗୀତା-୨୩୩

1 min
13.9K


 
 
ଜୀବନରେ ଆନନ୍ଦର ଅନ୍ୱେଷଣ
ଲାଗିଥାଏ ସଦାବେଳେ
ବେଦନା ବିଧୁର ଏଇ ଜୀବନରେ
ସୁଖ ମିଳେ ବେଳେବେଳେ ॥୦॥
 
ଗଭୀର ନୈରାଶ୍ୟ
ଭାଙ୍ଗିଦିଏ ମନୋବଳ
ବୁଡିଗଲା ବେଳେ
ପାଏନାହିଁ ଥଳକୂଳ
କୁଟାଖିଏ ସାହାହୁଏ
ଉଜାଣି ସୁଅରେ ପହଁରି ପହଁରି
ଲାଗିଯାଏ ଆସି କୂଳେ ॥୧॥
 
ଏକଲା ପଣରେ
ନିଜଠୁଁ ଦୂରେଇ ଯାଏ
ପୁଣିଦିନେ ତାର
ଭୁଲ ବୁଝିପାରି ଥାଏ
ଆନନ୍ଦରେ କୋଳ କରେ
ନିଜଠାରୁ ନିଜ ବ୍ୟବଧାନ ସବୁ
ହଟିଯାଏ ବଳେ ବଳେ ॥୨॥


Rate this content
Log in