STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୩୨

ଜୀବନ ଗୀତା-୨୩୨

1 min
13.6K


 
 
ଜୀବନର ତପସ୍ୟା ତ
ସରେ ନାହିଁ କେବେ
ଅନ୍ତୁଡିରୁ ଜୁଇ ଯାଏ
ଚାଲଇ ନୀରବେ ॥୦॥
 
ମନୋରଥ କେବେ
ତାର ହୁଏ ନାହିଁ ପୂର୍ଣ୍ଣ
ପୂର୍ଣ୍ଣାହୂତିରେ ବି
ହାତ ଥାଏ ତାର ଶୂନ୍ୟ
ଲୋଡେ ନାହିଁ ଅନୁକମ୍ପା
କାହାରିଠୁଁ କେବେ ॥୧॥
 
ବାହୁଛାୟା ତଳେ
କାର ଲୋଡେନା ଆଶ୍ରୟ
ଅନୀତି ଅଧର୍ମ
କେବେ ଦିଏନା ପ୍ରଶ୍ରୟ
ମୁଠେ ମାଟି ହୋଇ ମିଶେ
ଅନ୍ତ ହୁଏ ଯେବେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍