ଜୀବନ ଗୀତା-୨୩୧
ଜୀବନ ଗୀତା-୨୩୧
1 min
13.7K
ଶୁଭ ଅବସର ଆସେ
ଜୀବନରେ ବାରମ୍ବାର
ଅଶୁଭ ବି ରହିଥାଏ
ଜୀବନରେ କରି ଘର ॥୦॥
ଶୁଭ ଅଶୁଭ ଦୁଇଟି ଶବ୍ଦ
କରିବାକୁ ହୁଏ ତାକୁ
ସାମ୍ନା ଜୀବନରେ
ଶୁଭ ପରେ ଅଶୁଭର
ପାଳି ପଡିପାରେ
ଅଶୁଭକୁ ଭେଟିବାକୁ
କାହିଁକିବା ଏତେ ଡର ॥୧॥
ଭଲ ମନ୍ଦ ଦୁଇଟି ଶବ୍ଦ
ସବୁ ଭଲ ନଥାଏ ତ
ଭାଗ୍ୟରେ କାହାରି
ମନ୍ଦ ବି ନଥାଏ ଖାଲି
କପାଳେ ସବୁରି
ଭଲ ଠାରୁ ମନ୍ଦ ନୁହେଁ
ଜୀବନରେ ବେଶୀ ଦୂର ॥୨॥
