STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୩୦

ଜୀବନ ଗୀତା-୨୩୦

1 min
14K


 

ଜୀବନ ଠାରୁ ନିରାଶ ହେବା
ନୁହଁଇ କେବେ ଉଚିତ
ଆଶା ସବୁକୁ ଉଜେଇଁ ଦେବା
ନୁହଁଇ ମୋଟେ ଉଚିତ ॥୦॥

ସଂକଳ୍ପ କରି ଚାଲେ ଯିଏ ପଥ
ଅଟକେ ନାହିଁ ତା ଜୀବନ ରଥ
ସମୟ ପ୍ରବାହେ ଯିଏ
ଭାସି ଚାଲିଥାଏ
ତାପାଇଁ କୂଳ କିନାରା
କିଛି ତ ନଥାଏ
ଜୀବନ ତାର ଯଶ ଖ୍ୟାତିରୁ
ହୁଅଇ ସିନା ବଞ୍ଚିତ ॥୧॥

ଇତିହାସର ପୃଷ୍ଠା ଓଲଟାଇ
ପ୍ରମାଣ ସବୁ ଯିବା ଆମେ ପାଇ
ଉଜାଣି ସୁଅରେ ଯିଏ
ପହଁରି ପାରଇ
ତା ପଥରୁ ବାଧାବିଘ୍ନ
ଯାଏ ଦୂର ହୋଇ
ସ୍ୱର୍ଣ୍ଣାକ୍ଷରରେ ବ୍ୟକ୍ତିତ୍ୱ ତାର
ହୁଅଇ ସିନା ଚିତ୍ରିତ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍