STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୨୭

ଜୀବନ ଗୀତା-୨୨୭

1 min
26.5K


 

ଜୀବନ ତ ସରିଯାଏ
ସୁନାଖଣିର ସଂଧାନେ
ସୁଖ ସବୁ ଇଡିଯାଏ
ହାତ ପାପୁଲିର କୋଣେ ॥୦॥

ସୁଖକୁ ସାଉଁଟି ଯିଏ
ଧରି ରଖିପାରେ
ଜୀବନକୁ ଉପଭୋଗ
ସିଏ ସିନା କରେ
ସମୟ ତ ଚୋରାବାଲି
ଖସିଯାଏ ସେ ମଉନେ ॥୧॥

ଧନର ପଛରେ ଧାଇଁ
ସମୟ ଯେ ସାରେ
ସେ ଧନ ତ ଲାଗେନାହିଁ
ତାହାର କାମରେ
ବେଳ ଥାଉଁ ସୁଖଭୋଗ
କରିନିଅ ଏ ଜୀବନେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍