STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୨୬

ଜୀବନ ଗୀତା-୨୨୬

1 min
12.7K


 

ଜୀବନର ଅନୁଭବ
ନିତ୍ୟ ନୂତନ
ପୁନରାବୃତ୍ତିରେ ନୁହେଁ
ସେ ପୁରାତନ ॥୦॥

ଏକା କଥା ଏକା ଦୃଶ୍ୟ
ଲାଗେ ନୂଆ ନୂଆ
ସମୟ ଗତିରେ ପାଏ
ନୂତନର ଛୁଆଁ
ଯେତେସବୁ ଅନୁଭବ
ସ୍ମୃତି ପାଲଟିବ
ସାଇତି ରଖଇ ଅବଚେତନ ॥୧॥

ଏକା ଦିନ ଏକା ରାତି
ଆସେ ସବୁଦିନ
ଋତୁ ପରେ ଋତୁ ବିତେ
ଏକ ପରେ ଆନ
ନୂତନ ସକାଳ ଟିଏ
ଆଶା ଉପୁଜାଏ
ଉଲ୍ଲସିତ କରିଦିଏ
ଶରୀର ମନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍