ଜୀବନ ଗୀତା-୨୨୫
ଜୀବନ ଗୀତା-୨୨୫
1 min
13.5K
ବାଚାଳ ଜୀବନ କହିପାରେ ନାହିଁ
ଯେଉଁ କଥା
କହି ଦେଇଥାଏ ସିନା ଜୀବନର
ନୀରବତା ॥୦॥
ଜୀବନ କେତେ ରଙ୍ଗ ବଦଳାଏ
କେବେ କାନ୍ଦେ କେବେ ହସେ
ହସର ଫୁଲ ଶୁଖି ଝରିଯାଏ
କାନ୍ଦ ଫୁଲ ଫୁଟି ବାସେ
ଧୋଇଦିଏ ଲୁହ ଜୀବନର ଯେତେ
ଅଧୀରତା ॥୧॥
ଜୀବନ କେବେ ଗୀତ ଗାଉଥାଏ
କେବେ କହୁଥାଏ ଗଳ୍ପ
ସତ୍ୟ ସନ୍ଧାନେ ଲାଗି ରହିଥାଏ
ବୁଝୁଥାଏ ଅଳ୍ପ ଅଳ୍ପ
ବୁଝିଯାଏ ଶେଷେ ଜୀବନର ସବୁ
ଅସାରତା ॥୨॥
