STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୨୩

ଜୀବନ ଗୀତା-୨୨୩

1 min
13.8K


 
 
ଛଳନାହୀନ ଜୀବନ ଯାହାର
ନଥାଏ ତା ଅବଶୋଶ
ଆନନ୍ଦମୟ ଜୀବନ ତାହାର
ସଦାବେଳେ ହସହସ ॥୦॥
 
ସୁନ୍ଦର.....ଶୀତଳ.....
ଲୋଭନୀୟ ତାର
ଜୀବନର ଗତିପଥ
ଜୀବନ ଜୀଇଁବା
କଳା ତାର ଯଥାଯଥ
ଚଲାପଥେ ତା କେତେ ଫୁଲ ଫୁଟି
ଚହଟାଏ ଚଉପାଶ ॥୧॥
 
ସରଳ.....ତରଳ.....
ମନଟି ତାହାର
ସଦାହୁଏ ଢଳଢଳ
ସକାଳ ଫୁଲର
କାକର ସେ ଛଳଛଳ
ଯେଉଁଠି ଥିଲେ ଆନନ୍ଦ ମୁଖର
କରିଦିଏ ପରିବେଶ ॥୨॥


Rate this content
Log in