STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୨

ଜୀବନ ଗୀତା- ୨

1 min
28K


 

ଜୀବନ ଗୀତା- ୨

 

ଛୋଟମୋଟ ଏଇ ଚାଖଣ୍ଡେ ଜୀବନ

ତା ପାଇଁକି ଏତେ ଖେଳ

ଜୀବନର ଖେଳ ରହିଯାଏ ଅଧା

ପୂରିଯାଏ ଆୟୁଷ୍କାଳ ॥୦॥

 

ରାତିର ସପନ ଅଧା ରହିଯାଏ

ପାହିଯାଏ ମଧୁରାତି

ଛାତିର ଷ୍ପନ୍ଦନ ବନ୍ଦ ହୋଇଯାଏ

ହୋଇଯାଏ ସବୁ ଇତି

ମାନ ଅଭିମାନ ପାଇଁ ନାହିଁ ଦିନ

ଦି'ଦିନର ଏ ଜୀବନ

ସମୟ ଗତିରେ ସରିଯାଏ ସବୁ

ଆସିଯାଏ ଶେଷବେଳ ॥୧॥

 

ଚାଖଣ୍ଡେ ପେଟର ଭୋକ ମାରିବାକୁ

ଅଣ୍ଟେନାହିଁ ରାତିଦିନ

ସାରାଟା ଜୀବନ ଦଉଡି ଦଉଡି

ଭରେନାହିଁ ପୁଣି ମନ

ଆଶା ବୈତରଣୀ ବହଇ ଉଜାଣି

ଥଳକୂଳକୁ ନମାନି

ଜୀବନ ଯୁଦ୍ଧରେ ହାରିଗଲେ ଥରେ

ଭାଙ୍ଗିଯାଏ ମନୋବଳ ॥୨॥


Rate this content
Log in