STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୮

ଜୀବନ ଗୀତା-୧୮

1 min
13.4K


 
 
 
ମୋ ଜୀବନରେ ତୁ ମୋ ମରଣରେ ତୁ
ତତେ ଛାଡି କୁଆଡେ ଯିବି ମୁଁ
ମତେ ଛାଡି କୁଆଡେ ଯିବୁ ତୁ ॥୦॥
 
ତୋବିନା ଜୀବନ ପାଲଟି ଯାଏ
ଶୁଖିଲା ନଈର ଘାଟ
ତତେ ପାଇଗଲେ ଜୀବନ ହସେ
ସତେ ପାରିଜାତ ହାଟ
ମୋ ଚେତନାରେ ତୁ
ମୋ ଭାବନାରେ ତୁ
ସତ କହ ପାଉଛୁ ଭଲ ତୁ
ତତେ ଖାଲି ପାଉଛି ଭଲ ମୁଁ ॥୧॥
 
ତୋବିନା ଅସହ୍ୟ ମଳୟ ବାଆ
ମଧୁମାଳତୀର ବାସ
ତତେ ପାଇଗଲେ ଜୀବନ ଲାଗେ
କାର୍ତିକ ପୂନେଇଁ ରାସ
ମୋ ନିଶ୍ୱାସରେ ତୁ
ମୋ ବିଶ୍ୱାସରେ ତୁ
ସତ କହ ମୋ ଦେହ ଛୁଇଁ ତୁ
ସାତ ଜନମ ପାଇଁ ସାଥୀ ତୁ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍