STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୭

ଜୀବନ ଗୀତା-୧୭

1 min
26.9K


 
 
ଏ ଜୀବନ ଯଦି କାହାରି କାମରେ
ନଲାଗି ପାରିଲା ଥରେ
କିଏକାହିଁ ତାକୁ ମନେ ବା ରଖିବ
ଏଠୁ ଚାଲିଗଲା ପରେ ॥୦॥
 
ମଣିଷ ଜନମ ହୁଅଇ ସାର୍ଥକ
ପରପାଇଁ ଦେଲେ ପ୍ରାଣ
ପର କଥା ଆଜି ପଚାରୁଛି କିଏ
ନିଜ କଥା ଆଗେ ଜାଣ
ନିଜେ ବଞ୍ଛିଥିଲେ ବାପର ତ ନାଁ
ଆଉସବୁ କଥା ପରେ ॥୧॥
 
ଟଙ୍କା ପଛେ ଧାଇଁଧାଇଁ ଗଲା ଦିନ
ହଜିଗଲା ଯଉବନ
ନିଜେ ଭୋଗକରି ପାରିଲାନି କିଛି
ଅନ୍ୟକୁ କି ଦେବ ଦାନ
ଟଙ୍କାଟଙ୍କା ହୋଇ ପାଗଳ ପରାଏ
ନିତି ବଞ୍ଚେ ନିତି ମରେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍