STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୫

ଜୀବନ ଗୀତା-୧୫

1 min
14.2K


 
 
 
ଜୀବନର ପଥପରେ
ପାନ୍ଥଶାଳାକୁ କରିଛି ମୁଁ ଘର
ପାନଶାଳା ଖଟି ମୋର
ରାତି ବିତିଯାଏ ପାନ୍ଥଶାଳାରେ
ଦିନରେ ସାଥୀ ବୋତଲ ॥୦॥
 
ଶୂନ୍ଶାନ୍ ଏଇ ଜୀବନ ପଥରେ
ମୁଁ ଏକ କ୍ଳାନ୍ତ ପଥିକ
ବେଦରଦୀ ଏଇ ଦୁନିଆ ଆଖିରେ
ମୁଁ କାଳେ ବ୍ୟର୍ଥ ପ୍ରେମିକ
ପିଇପିଇ ଦିନ କଟେ ଖଟିରେ
ରାତିକୁ ମୁଁ ଯେ ମାତାଲ ॥୧॥
 
ବଈଶାଖୀ ଝଡ ଭାଙ୍ଗିଦେଲା ପରେ
ମୋ ହାତଗଢା ସଂସାର
ମନ ଉପବନ ସେଇଦିନୁ ଜଳେ
ହୃଦୟରେ ହାହାକାର
ଜୀବନ ନଉକା ଭାସେ ସାଗରେ
ସାତ ଛିଡା ମୋ ଅଝାଲ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍