STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୩୫

ଜୀବନ ଗୀତା- ୧୩୫

1 min
27.5K


ଜୀବନ ଗୀତା-୧୩୫

ପଦ୍ମପତ୍ରରେ ଏ ଜୀବନ
ଟୋପାଏ କାକର ସମ
ପିଚ୍ଛିଳ ପତ୍ରେ ଢଳଢଳ
ହେଉଥାଏ ଅନୁକ୍ଷଣ ॥୦॥

ଏଇ ଅଛି ଏଇ ନାହିଁ
ଜୀବନ ମରଣଶୀଳ
ପଦ୍ମପତ୍ରର ସେ ଜଳ
ଦିଶୁଥାଏ ଛଳଛଳ
କେବେ ଖସିପଡି ସେ ପୁଣି
ପାଣିରେ ହୁଏ ବିଲୀନ ॥୧॥

ଝଲକାଏ ପବନରେ
ଚାଲୁଥାଏ ଏ ଜୀବନ
ଉଡିଗଲେ ପ୍ରାଣପକ୍ଷୀ
ହୁଏ ପ୍ରାଣୀର ମରଣ
ଆତ୍ମା ଆଉ ପରମାତ୍ମାଙ୍କ
ହୁଏ ଅମୃତ ମିଳନ ॥୨॥


Rate this content
Log in