ଜୀବନ ଗୀତା-୧
ଜୀବନ ଗୀତା-୧
1 min
26.1K
ଜୀବନ ଗୀତା-୧
ଜୀବନ ତ ନୁହେଁ ଆରବ୍ୟ ରଜନୀ
ରହସ୍ୟ ରୋମାଞ୍ଚଭରା
ତୃଷ୍ଣାରେ ଆକୁଳ କରୁଥାଏ ନିତି
ମରିଚିକା ସେ ସାହାରା ॥୦॥
ପଥ ଚାଲୁଚାଲୁ ପାଦେ ଫୁଟେ କଣ୍ଟା
କେବେ ପତ୍ରଭରା କେବେ ପୁଣି ଥୁଣ୍ଟା
କେବେ ରକ୍ତଝର କେବେ ଫୁଲମାଳ
ଏଇ ତ ଜୀବନ ଛକିଶୂନ ଖେଳ
କୋହରେ କାତର ଅସରା ଜୀବନ
କେବେ ହସର ଫୁଆର ॥୧॥
କେବେ ସିଏ ଗପ ସାହାଡା ସୁନ୍ଦରୀ
କେବେ ପୁଣି ସାଜେ ସେ ରାକ୍ଷସପୁରୀ
ଛାଇ ଆଲୁଅର ଛକାପଞ୍ଝା ଖେଳ
ଚାଲିଥାଏ ଜୀବନରେ କାଳକାଳ
ରାତିରେ ବୁଣେ ସେ ସୁନାରଙ୍ଗୀ ଖରା
ଦିନରେ ଦେଖାଏ ତରା ॥୨॥
*******
