STORYMIRROR

Sisir Panda

Others

2  

Sisir Panda

Others

ଜୀବନ ଗୀତ.

ଜୀବନ ଗୀତ.

1 min
4.7K


।।ଜୀବନ ଗୀତ।।
ଉତ୍ଥାନ ପତ୍ତନ ଦେଖିଛି ଜୀବନେ
ଅନେକ ମୋହରି ଆଖି
କରିନାହିଁ ଉଚ୍ଚ ମଥାକୁ ମୋହର
ଉତ୍ଥାନରେ ଯାଇ ମାତି ।
ପତ୍ତନରେ କେବେ କରି ନାହିଁ ଦୁଃଖ
ଦବିଯାଇ ମଥା ନତ
ସୁଖେ ଦୁଃଖେ କେବେ ବିଭ୍ରାନ୍ତ ନ ହୋଇ
ହୁଏ ସମଭାବେ ସ୍ଥିତ ।
ଝଡ଼ ଓ ତୋଫାନ ଆସିଛି ଜୀବନେ
ସମର୍ପଣ ଭାବ ରଖି
ହୁଏ ଅଗ୍ରସର ଜୀବନ ପଥରେ
ଈଶ୍ୱର ହିଁ ମୋର ସାକ୍ଷୀ ।
ଶିଶିର, କଟକ ।








Rate this content
Log in