STORYMIRROR

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତ- ୩

ଜୀବନ ଗୀତ- ୩

1 min
14.2K


ଜୀବନ ଗୀତ- ୩
(ସଙ୍ଗତଜ୍ଞ ଓମ୍ ପ୍ରକାଶ ମହାନ୍ତିଙ୍କୁ ସମର୍ପିତ)
 
ଜୀବନ ତ ଦେଉଥାଏ ସବୁବେଳେ
କଣ୍ଟାର ଯନ୍ତ୍ରଣା
ପାରିଦିଏ ନାହିଁ ସିଏ କେତେବେଳେ
ଫୁଲର ମଶିଣା ॥୦॥
 
କଣ୍ଟାର ଶେଯରେ ଶୋଇ
ସପନ ଦେଖେ ତା ମନ
ଗୋଲାପ ପାଖୁଡା ପରି
ଲାଗେ ତାକୁ କଣ୍ଟାମୂନ
ଅଧୀର ଆଖିର ଅଶ୍ରୁଧାର
ଛୁଇଁଯାଏ ଓଠ ଉପକୂଳ
ସହିବାକୁ ହୁଏ ତାକୁ ହସିହସି
ଯେତେକ ଗଞ୍ଜଣା ॥୧॥
 
ଦୁଃଖର ଦଂଶନ ସହି
ହସୁଥାଏ ସଦାବେଳେ
ସୁଖର ସଂଧାନ କରି
ଅମୃତ ଖୋଜି ବାହାରେ
ଅମୃତର ଆଶାରେ ଗରଳ
ପିଉଥାଏ ସିଏ ବାରଂବାର
ଝେଲିବାକୁ ପଡେ ତାକୁ ଜୀବନର
ଯେତେକ ଲାଞ୍ଛନା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍