STORYMIRROR

Mamatamanjari Das

Others

3  

Mamatamanjari Das

Others

ଜୀବନ ବହିର ତେପନ ପୃଷ୍ଠା

ଜୀବନ ବହିର ତେପନ ପୃଷ୍ଠା

1 min
223


ଜୀବନର ଅଙ୍କ କଷୁ କଷୁ ଆଜି

ସରିଲା ତେପନ ପୃଷ୍ଠା

ଜାଣି ହେଲାନାହିଁ ଜୀବନର ମାନେ

ଅଧା ହେଲା କାହାଣୀଟା ।


ଯେତେ ଶବ୍ବ ଥିଲା ଗୋଟି ଗୋଟି କରି

ଲେଖି ଦେଇଛି ସେ ପୃଷ୍ଠାରେ

ତଥାପି ଲାଗୁଛି ଅଧା ରହିଗଲା

ଆଉ ବୋଧେ କିଛି ହାତରେ।


ପାନ୍ଥଶାଳା ପରି ଅପେକ୍ଷାର ମଗ୍ନ

ଏବେ ହୋଇଲାଣି ଶେଷ

ଯେତେ ବି ଗୁଣିଲି ଫେଡିଲି ହରିଲି

ପାଇଲିନି ଭାଗଶେଷ ।


କେତେ ଦିନ ରାତି ସାରି ମୁଁ ଦେଇଛି

ଏଇ ତେପନ ପୃଷ୍ଠାରେ

ଅୟୁତ ଭାବନା ରଖିଥିଲି ଯାହା

ଆଜି ତାକୁ ମନ ଝୁରେ ।


ଜୀବନ ପୃଷ୍ଠାକୁ ସଜେଇଥିଲି ଯା

ନାଲି ନେଳି ମଲାଟରେ

ମୋ ଅଜାଣତେ ଚୋରାଇ ନେଲା କେ

ନିତି ତାକୁ ଝୁରି ମରେ ।


ଅନାବନା ଗାରେ ଗାରେଇ ଚାଲିଛି

ଏଇ ଜୀବନ ସ୍ୱାକ୍ଷର

ଗୋଟିଏ ସ୍ୱାକ୍ଷରେ ଯେଉଁ ତୃପ୍ତି ଅଛି

କୋଟିଏ ବା କି ଦରକାର ।


ଚାଲି ଚାଲି ପଥ ଥକିଲାଣି ପାଦ

ଏବେ ଲୋଡା ଟିକେ ଶାନ୍ତି

ଶୋଇବାକୁ ଇଛା ଚିର ନିଦ୍ରାରେ

ପାଇବାକୁ ଚାହେଁ ମୁକ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍