STORYMIRROR

Pankajini Upadhaya

Others

3  

Pankajini Upadhaya

Others

ଝିପିଝିପି ସକାଳ

ଝିପିଝିପି ସକାଳ

1 min
13.7K


ଟିକିଟିକି ଟୋପା ଝିପିଝିପି ବର୍ଷା

ଅନ୍ଧାରମୟ ଆକାଶ

ପହିଲି ଉଷାର ପହିଲି କିରଣ

କରି ନାହିଁ ଭୂମି ସ୍ପର୍ଶ।

ଆକାଶେ ବାଦଲ ପଇଁତରା ମାରେ

ମେଘର ଅସଂଖ୍ୟ ମାଳ

ପ୍ରକୃତିର ରାଣୀ ବ୍ୟସ୍ତ ହେଲାଣି

ହେଲାଣି ଆସିବା ବେଳ।

ବରଷା ହେଉଛି ସରସା ହଜିଛି

ଅଶାନ୍ତ ବସୁଧା କୋଳ

ପ୍ରକୃତି ବୁକୁରେ ଅନ୍ଧାର ଘୋଟିଛି

ମେଘର ଗତି ପ୍ରବଳ ।

ତଥାପି କାମ ତ କରିବାକୁ ହେବ

ନିଜର ଲିଳାର ଖେଳ

ଲଘୁଚାପ ତା'ର ଆପଣା ସଙ୍ଗାତ

ନାହିଁ ତା'ର ବେଳ କାଳ।

ସକାଳର ଶାନ୍ତ ସିଗ୍ଧ ପରିବେଶ

ମନମୁଗ୍ଧକର ଶୋଭା

ରମଣୀୟତାରେ ଭରିଛି ବସୁଧା

ବର୍ଷା ହରାଇଛି ବିଭା।

ଆସରେ ସଙ୍ଗାତ ଆସ ଆସ ମିତ

ଆସ ବନ୍ଧୁ ପରିଜନ

ପ୍ରଭାତୀର ଗୀତି ପୂତମୟ ପ୍ରୀତି

ପବିତ୍ର ଭରା ମନନ।

ସ୍ବାଗତ କରିବା ସ୍ବାଗତ ଗୀତିରେ

ଦିନଟି ହୋଇବ ଧନ୍ୟ

ପରଂବ୍ରହ୍ମ ଠାରେ ଶରଣ ପଶିବା

ସୁଖେ କଟିଯାଉ ଦିନ।


Rate this content
Log in