ଜଗନ୍ନାଥ ଦାସ
ଜଗନ୍ନାଥ ଦାସ
ଜଗନ୍ନାଥ ଦାସ ସନ୍ଥ ମହା ପଣ୍ଡିତ
ଭକ୍ତି ଯୁଗ ପଞ୍ଚଶଖା ମଧ୍ୟରେ ଶ୍ରେଷ୍ଠ ।
ଜଗନ୍ନାଥଙ୍କର ସେତ ପରମ ଭକ୍ତ
ସାହିତ୍ୟ ସାଧକ ମୁଖୁ ଜ୍ୟୋତି ପ୍ରକଟ ।
ଶ୍ରୀଚୈତନ୍ୟ ଦେଇଥିଲେ ତାଙ୍କୁ ଉପାଧି
ଅତିବଡି ଯେଣୁ ସେତ ଜ୍ଞାନ ବାରିଧି ।
ଜଗନ୍ନାଥ ଦାସଙ୍କର ଅମର କୃତି
ଓଡ଼ିଆ ଭାଗବତ ସେ ପବିତ୍ର ପୋଥି ।
ଭାଗବତ ଅଟେ ସେତ ମହା ପୁରାଣ
ସାସ୍ତ୍ରିୟ ଭାଷାରେ ଆମ ସାସ୍ତ୍ର ମହାନ ।
ଭାଗବତ ଭାବଭରା ଭାବ ଜୀବନ
ସା°ସ୍କୃତିକ ସମ୍ବିଧାନ ଭାବ ବନ୍ଧନ ।
ଓଡ଼ିଆ ଭାଷା ସାହିତ୍ୟ କଳା ସ°ସ୍କୃତି
ପରମ୍ପରା ଧର୍ମଧାରା ସ୍ନେହ ସମ୍ପ୍ରତି ।
ଭାଗବତ ବାରଭାଗ ବାର ସ୍କନ୍ଦଟି
ତିନିଶହ ପଞ୍ଚଷଠି ଅଧ୍ୟାୟ ସେଥି ।
ପ୍ରତିଦିନ ଯିଏ ଭାଗବତ ପଢେଟି
ଧନଧାନ୍ୟେ ଘର ଭରେ ମିଳଇ ଶାନ୍ତି ।
ଖାଲଢିପ ଭରା ତାଙ୍କ ଜୀବନ ପଥ
ଭକ୍ତ ଶିରୋମଣି ସେ ଜଗନ୍ନାଥ...
ଗ୍ରାମ ଏକ ଶ୍ରୀକ୍ଷେତ୍ରରୁ ଅଳପ ଦୂର
ବ୍ରାହ୍ମଣ ଶାସନ କପିଳେଶ୍ୱର ପୁର ।
ଭଗବାନ ଦାଶ ନାମେ ପୂରାଣ ପଣ୍ଡା
ପୂରାଣ ପଢନ୍ତି ବୁଲି ସେ ଗାଁ ଗଣ୍ଡା ।
ଧର୍ମ ପରାୟଣା ତାଙ୍କ ପତ୍ନୀ ଅଟନ୍ତି
ଜଗନ୍ନାଥଙ୍କ ଭକତ ସେ ପଦ୍ମାବତୀ ।
ବହୁଦିନ ଧରି ଯେ ହେଲାନି ସନ୍ତାନ
ମହାପ୍ରଭୁଙ୍କ ପାଦରେ ପସିଲେ ଶରଣ ।
ପ୍ରଭୁଙ୍କୁ ସେ ମନକଥା କହିଲେ ଯାଇ
ଜଗନ୍ନାଥ ଜଗନ୍ନାଥ ନାଁ ସଦା ଧ୍ୟାଇ ।
କ୍ରମେକ୍ରମେ ବିତିଗଲା ଦିବସ ମାସ
ପଦ୍ମାବତୀ ଦେବୀ ହୋଇଲେ ଗର୍ଭବାସ ।
ଭାଦ୍ରବ ଶୁକ୍ଳପକ୍ଷ ରାଧାଷ୍ଟମୀ ଦିନ
ପଦ୍ମାବତୀ ପ୍ରସବିଲେ ପୁତ୍ର ସନ୍ତାନ ।
ରାଧାଙ୍କର ଯାହାଥିଲା ନକ୍ଷତ୍ର ତିଥି
ଅବିକଳ ତାହାଥିଲା ଶିଶୁର କୋଷ୍ଟି ।
ରାଧା ଅ°ଶାବତାର କହିଲେ ପଣ୍ଡିତ
ହେବ ଦିନେ ନିଶ୍ଚେ ସେ ଜଗତରେ କ୍ଷାତ ।
ଜଗନ୍ନାଥ ଙ୍କ କୃପାରୁ ପୁତ୍ର ପ୍ରାପତ
ଭଗବାନ ନାଁ ଦେଲେ ଜଗନ୍ନାଥ ...
ଗାଁ ଅବଧାନଙ୍କର ଚାଟଶାଳୀରେ
ଜଗନ୍ନାଥ ଲେଖାପଢ଼ା ଶିକ୍ଷା କରିଲେ ।
ପିତା କରୁଥିଲେ ଯେଣୁ ପୁରାଣ ଚର୍ଚ୍ଚା
ପିଲାବେଳୁ ପାଠ ପ୍ରତି ପ୍ରବଳ ଇଛା ।
ପିତାଙ୍କଠୁ ଜାଣିଲେ ସେ ଅମରକୋଷ
ସ°ସ୍କୃତ ବ୍ୟାକରଣ ବାକ୍ୟ ବିନ୍ୟାସ ।
ବେଦ ଉପନିଷଦ କଲେ ଅଧ୍ୟୟନ
ସ°ସ୍କୃତ ମହାଭାରତ ସେ ରାମାୟଣ ।
ଅଳପ ବୟସରୁ କରିଲେ ବାଖ୍ୟାନ
ବେଦ ବେଦାନ୍ତ ପୁଣି କେତେ ଉପାଖ୍ୟାନ ।
ଶୋଳ ବର୍ଷ ବୟସେ ପିତାଙ୍କୁ ହାରିଲେ
ତାପରେ କିଛିକାଳ ଗୃହରେ ରହିଲେ ।
ଉଣେଇଶ ବର୍ଷ ଯେବେ ହେଲା ବୟସ
ଗୃହତ୍ୟାଗୀ ହୋଇଲେ ଜଗନ୍ନାଥ ଦାସ ।
ବୈଷ୍ଣବ ଧର୍ମ ଧରାରେ ହେଲେ ଦୀକ୍ଷିତ
ସବୁ ତ ମାୟା ସତ ଏକା ଜଗନ୍ନାଥ ।
ଅଦ୍ୱେତବାଦର ସେ କରିଲେ ପ୍ରଚାର
ସବୁରି ମୂଳେ ଏକା ଜଗନ୍ନାଥ ସାର ।
ଜଗନ୍ନାଥ ଜ୍ଞାନଧ୍ୟାନ ଅମୃତ ମୟ
ଅନନ୍ତ ଅସୀମ ବିଶ୍ୱ ବିସ୍ମୟ....
ସ°ସ୍କୃତ ପୁରାଣ ମହାଭାରତ ଗୀତା
ପାରନ୍ତିନି ବୁଝି ଗାଁ ଗହଳେ ଶ୍ରୋତା ।
ପୁରାଣ ପଣ୍ଡା ମାନେ ପଢନ୍ତି ଶୁଣାନ୍ତି
ଓଡ଼ିଆ ରେ ସ°ସ୍କୃତ ର ବାଖ୍ୟା କରନ୍ତି ।
ଶ୍ରୋତାଏ ହୁଅନ୍ତି ତୋଷ ଶୁଣି ପୁରାଣ
ପଣ୍ଡାଙ୍କୁ ଦିଅନ୍ତି ସେତ ଦକ୍ଷିଣା ଜାଣ ।
ପୁରାଣ ପଣ୍ଡାଙ୍କର ଜୀବିକାଟି ସେହି
ପରିବାର ଚଳାନ୍ତି ଦକ୍ଷିଣା ତ ନେଇ ।
ଜଗନ୍ନାଥ ଦାଶଙ୍କ ମାତା ପଦ୍ମାବତୀ
ପୁରାଣ ଶୁଣିବାକୁ ଇଛାଯେ କରନ୍ତି ।
ସ୍ୱାମୀଙ୍କ ହୋଇବାରୁ ଅକାଳ ମରଣ
ପୁରାଣ ଶୁଣିବା ହେଲା ତାଙ୍କୁ ତ ସପନ !
ଭାଗବତ ଶୁଣିବାକୁ ମାଆଙ୍କର ମନ
ଦକ୍ଷିଣା ଦେବାକୁ ନାହିଁ ହାତରେ ଧନ ।
ଜଗନ୍ନାଥ ଭକ୍ତିରେ ପ୍ରଭୁଙ୍କୁ ଭଜିଲେ
ସ°ସ୍କୃତ ଭାଗବତ ଅନୁବାଦ କଲେ ।
ସରଳ ଓଡ଼ିଆ ସେ ନବାକ୍ଷରୀ ଛନ୍ଦ
ଗୋବିନ୍ଦ ଗୋବିନ୍ଦ ଝରଇ ମକରନ୍ଦ ।
ପଙ୍ଗୁ ଲ°ଘଇ ଗିରି ଚକ୍ଷୁ ପାଏ ଅନ୍ଧ
ଶୁଣିଣ ଭାଗବତ ବାର ସ୍କନ୍ଦ ।
ପଣ୍ଡାଙ୍କ ଡରେ ବିପ୍ର ଜଗନ୍ନାଥ ଦାଶ
ଶୁଣାନ୍ତି ଭାଗବତ ହୋଇ ନାରୀ ବେଶ ।
ନାରୀମାନେ ବସନ୍ତି ବେଢି ଚଉପାଶ
ଓଡ଼ିଆ ଭାଗବତ ଶୁଣି ସବୁ ତୋଷ ।
ପୁରାଣ ପଣ୍ଡାଙ୍କର ହୋଇଲାଯେ କ୍ଷତି
ରାଜାଙ୍କ ପାଖରେ ପଣ୍ଡା କରିଲେ ଆପତ୍ତି ।
ବଡ ଲମ୍ପଟ ସେହି ଜଗନ୍ନାଥ ଦାଶ
ନାରୀଙ୍କ ମେଳେ ରହେ ହୋଇ ନାରୀ ବେଶ।
ରାଜଦରବାରେ ରାଜା ଦାଶେଙ୍କୁ ଡାକିଲେ
ସର୍ବ ସମକ୍ଷରେ ତାଙ୍କ ବିଚାର କଲେ।
ରାଜଦରବାରେ ବିଚାରା ବିପ୍ର ଦାଶ
କହିଲେ ଛାମୁ ହେ ମୋର ନାହିଁ ତ ଦୋଷ ।
ନୁହେଁ ମୁଁ ଲମ୍ପଟ ମୁଁ ବାଳ ବ୍ରହ୍ମଚାରୀ
ପୁରାଣ ପଣ୍ଡାଙ୍କ ଭୟେ ନାରୀବେଶ ଧରି ,
ଓଡିଆରେ ଭାଗବତ ବଖାଣଇ ମୁହିଁ
ନାରୀମାନେ ଶୁଣିଥାନ୍ତି ଭାବେଭୋଳ ହୋଇ ।
ଏ କଥାକୁ ରାଜା ଯେ ତାଛଲ୍ୟ କରିଲେ
ତକ୍ଷଣେ ନାରୀ ବେଶ ହେବାକୁ କହିଲେ ।
ନାରୀବେଶ ଯେହେତୁ ସମ୍ଭବ ନୋହିଲା
ଦାଶେଙ୍କୁ ସେହିଠାରେ ବନ୍ଦୀ କରାଗଲା ..….
କାରାଗାରେ ଜଗନ୍ନାଥ ଦାଶ ବିଚାରା
ପ୍ରଭୁଙ୍କୁ ଭଜୁଥାନ୍ତି ଢାଳି ଲୁହ ଧାରା ।
କାରାଗାରରେ ବନ୍ଦୀ ଭକ୍ତ ଶିରୋମଣି
ଅଥୟ ହେଲେ ଏଣେ ମହାପ୍ରଭୁ ଜାଣି ।
ରାଜାଙ୍କୁ ସ୍ୱପ୍ନେ ମହାପ୍ରଭୁ ଦେଖାଦେଲେ
ନିର୍ଦ୍ଦୋଷ ମୋ ଭକ୍ତ ରାଜାଙ୍କୁ କହିଲେ ।
ଓଡିଆ ରେ ଲେଖିଅଛି କଥା ଅମୃତ
ଅନୁବାଦ କରି ସ°ସ୍କୃତ ଭାଗବତ ।
କରିନାହିଁ ଦୋଷ ସେ ମୋହରି ଭକତ
ସସମ୍ମାନେ ପ୍ରଭାତେ କର କାରା ମୁକ୍ତ ।
ଭକ୍ତ ପାଇଁ ଆସିଥିଲେ କଳା ଠାକୁର
ଚମକି ଉଠିଲେ ରାଜା ପ୍ରତାପରୁଦ୍ର ।
ରାତି ନପାହୁଣୁ ସେତ ପଠାଇଲେ ଦୂତ
ସସମ୍ମାନେ ଦାଶଙ୍କୁ କଲେ କରାମୁକ୍ତ ।
ଜଗନ୍ନାଥ ଦାଶ ସେ ଭକତ ପରମ
ରାଜାଙ୍କର ତୁଟିଗଲା ମନରୁ ଭ୍ରମ ।
ଜଗନ୍ନାଥ ଦାଶଙ୍କୁ ସେ ଗୁରୁ କରିଲେ
ତାଙ୍କ ସେବା ଯତ୍ନ ପାଇଁ ଧ୍ୟାନ ସେ ଦେଲେ ।
ଓଡ଼ିଆ ଭାଗବତ ହୋଇଲାତ କ୍ଷାତ
କ୍ଷାତହେଲେ ସେ ବିପ୍ର ଜଗନ୍ନାଥ ..
ଓଡ଼ିଆ ଭାଗବତ ଅମର କୀରତି
ଆମ ଭାଷା ଗଉରବ ଦାଶ ଙ୍କ କୃତି ।
ଗୋପ ବୃନ୍ଦାବନ ଲିଳା କୃଷ୍ଣ ଚରିତ
ଆଦିମୂଳ ମହାପ୍ରଭୁ ଶ୍ରୀଜଗନ୍ନାଥ ।
ଶୋଳକଳା ଚକାଡୋଳା ଜଗତ ସାଇଁ
ତହୁଁ କଳାଏ କଳା କଳା କହ୍ନେଇ ।
ରସାମୃତ ଭରା କେତେ ପୁରାଣ ପୋଥି
ବିପ୍ର ଜଗନ୍ନାଥ ଦାଶ ଲେଖିତ ଛନ୍ତି ।
ବ୍ରହ୍ମ ଗୀତା ଗୁପ୍ତ ଗୀତା ଅର୍ଥ କୋଇଲି
କୃଷ୍ଣ ଭକ୍ତି କଳ୍ପଲତା ରସମଞ୍ଜରୀ ।
କେତେ ଚଉତିଶା କେତେ ଭକ୍ତି ସଙ୍ଗୀତ
ରଚନା ରେ ଭାଷା ଆମ ହୋଇଛି ପୁଷ୍ଟ ।
ତୁଳାଭିଣା ଏକମାତ୍ର ଗଦ୍ୟ ରଚନା
ଜୀବନ ଦର୍ଶନ ତତ୍ତ୍ୱ ଯହିଁ ବର୍ଣ୍ଣନା ।
ମହାପ୍ରଭୁଙ୍କର ଯେବେ ଦର୍ଶନ ପାଇଁ
ଶ୍ରୀକ୍ଷେତ୍ରେ ଆସୁଥିଲେ ଚୈତନ୍ୟଗୋସାଇଁ,
ଜଗନ୍ନାଥ ଦାଶଙ୍କର ସହିତ ମିଶି
ତତ୍ତ୍ୱ ଆଲୋଚନା କରୁଥିଲେ ସେ ବସି ।
ଦେଖି ତାଙ୍କ ଜ୍ଞାନ ଧ୍ୟାନ ଭାବ ବାରିଧି
ଚୈତନ୍ୟ ଦେଲେ ଅତିବଡି ଉପାଧି .…
ଅତିବଡି ଜଗନ୍ନାଥ ଭକ୍ତ ପରମ
ସିନ୍ଧୁ ତଟେ ବସାଇଲେ ତାଙ୍କ ଆଶ୍ରମ ।
ମହାପ୍ରଭୁଙ୍କ ନାମ ଭଜନ କିର୍ତ୍ତନ
ବାଧକ ହୋଇଲା ତହିଁ ସାଗର ଗର୍ଜନ ।
ଜଗନ୍ନାଥ ପ୍ରଭୁଙ୍କୁତ ପ୍ରାଥନା କଲେ
ମହାପ୍ରଭୁ ଭକ୍ତ ଦୁଃଖ ବୁଝି ପାରିଲେ ।
ସାଗର ରାଜାଙ୍କୁ ପ୍ରଭୁ ଆଦେଶ ଦେଲେ
ଦୂରେ ଘୁଞ୍ଚି ଯିବାପାଇଁ ତାଙ୍କୁ କହିଲେ ।
ସାତସ୍ତର ଲହଡି ଯାଏ ସେ ସାଗର
ଘୁଞ୍ଚି ଯାଇ ପ୍ରଭୁଙ୍କୁ ସେ କଲେ ଯୁହାର ।
ଖୁସିରେ ଜଗନ୍ନାଥ ଭାବେହୋଇ ବାଇ
କିର୍ତ୍ତନେ ମଗନ ପ୍ରଭୁ ନାମକୁ ଧ୍ୟାଇ ।
ସେହିଦିନୁ ଦାଶଙ୍କର ସେହି ଆଶ୍ରମ
ସାତଲହଡି ମଠ ହୋଇଲା ନାମ ।
ମାଘ ସପ୍ତମୀ ଭଳି ପବିତ୍ର ତିଥିରେ
କିର୍ତ୍ତନରେ ଜଗନ୍ନାଥ ମଗ୍ନଯେ ଥିଲେ ।
ସେ ଶୁଭ ବେଳାରେ ସେ ହାରିଲେ ଜୀବନ
ଆତ୍ମା ପରମାତ୍ମା ଙ୍କ ଠାରେ ହେଲା ଲୀନ ।
ସାତଲହଡି ମଠେ ଅଛି ସମାଧି ତାଙ୍କର
ଓଡିଆଙ୍କ ପାଇଁ କ୍ଷେତ୍ର ସେ ପବିତ୍ର ...
