STORYMIRROR

Ajita Mishra

Others

3  

Ajita Mishra

Others

ଇଶ୍ୱର

ଇଶ୍ୱର

1 min
397

ଜଗତର ନାଥ ଅଲେଖନାଥ 

ତୁମରି ତେଜରେ  ଜଗତର ତେଜ

ସେହି କିରଣର  ଆଲୋକ କାହିଁ

ଆଲୋକ କାହିଁ....

ତୁମେ ପରା ପ୍ରଭୁ ବର୍ଣ୍ଣନାତୀତ

ମୁକର ମୁଖକୁ କର ମୁଖରିତ

ବୁଝି ପାରେ ନାହିଁ ଇନ୍ଦ୍ରିୟ ହାରେ 

ବିଚିତ୍ର ବର୍ଣ୍ଣ ସେ କମଳ ପାଦରେ

ମୁ ଛାର ମାନବ ହେଲିଣି ସ୍ତବ୍ଧ 

ଦ୍ୟୈତ ଦ୍ୱନ୍ଦାତୀତ ଭୈରବ ଅଭୁତ

ଦୀର୍ଘ ସୁଦୀର୍ଘ ମଣିଷ କ୍ଷୁଦ୍ର

ଏକହି ପୁରୁଷ ଜଗତ ରଖ  

ହେ ସର୍ବ ବ୍ୟାପକ ଅଲେଖନାଥ

ହୁଅ ପ୍ରକଟିତ  ରହନି ଆବୃତ୍ତ

ଚତୁର୍ଦ୍ଦିଗ ର ଅସୀମ ତତ୍ୱରେ

ଅନ୍ତରିକ୍ଷ  ଭୂମି ଭୂମାଠୁ ବାହାରେ

ହୁଅ ବିରାଜିତ  ହୁଅ ବିରାଜିତ

ପୂଜ୍ୟପୂଜା ତୁମେ ପୂଜାର ସାମଗ୍ରୀ 

ସ୍ୱପ୍ନ  ସୁଷୁପ୍ତି ଜାଗ୍ରତ ପ୍ରହରୀ

ଜଗତ କାନ୍ଦୁଛି  ରଖ ହରି ରଖ 

ଅଲେଖ ନାଥହେ ସର୍ବ ବ୍ୟାପକ... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍