ଇନ୍ଦ୍ରଧନୂ
ଇନ୍ଦ୍ରଧନୂ
1 min
206
ଇନ୍ଦ୍ରଧନୂର ସପ୍ତରଙ୍ଗେ ସବୁତ ଯାଇଛି ଲିଭି
ନୀଳ ଆକାଶେ କିଛି ତ ଦେଖାଯାଉନାହିଁ
ଖରାବର୍ଷାର ମିଶ୍ରଣେ ପାହାଡିଆ ଝରଣାଟି
ଆଙ୍କିହୋଇ ରହିଯାଇଛି
ଜଳତରଙ୍ଗର ଫେନିଳ ଜଳବିନ୍ଦୁଟିଏ ହୋଇ
ଦୂର ଆକାଶ ଚାହିଁ ରହିଛି
ତା ଇଚ୍ଛାକୁ ନେଇ
ଭିଜନ୍ତି କି ଥରେ ସେହି ଝରଣା ପାଣିରେ
ବୋହିଯାନ୍ତି ନିଜ ଅଙ୍କାବଙ୍କାପଥେ
ସେହି ପର୍ବତଫଟା ଝରଣାର ଛିଟିକି ପଡୁଥିବା
ଟୁପ୍ ଟାପ୍ ପାଣିର ଶବ୍ଦେ ତରଙ୍ଗେ
ସାଥୀଟିଏ ହୋଇ
