STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ଈଶ୍ବର

ଈଶ୍ବର

1 min
307

ଦେବତା ମାନବ ଯେବେ ଭେଟେ ପରସ୍ପର

କହନ୍ତି ମୁ ତୋର ଆଉ ତୁ ମୋର ଈଶ୍ବର

ଈଶ୍ବର ଶରୀରଧାରୀ ଅବା ଅଶରୀର

ସୃଷ୍ଟି ସ୍ଥିତି ସଂହତିର ସେ ଅବିନଶ୍ବର।


କାଷ୍ଠରେ ପ୍ରସ୍ତରେ ଅବା ଚିତ୍ରରେ ପ୍ରତ୍ୟୟ

ତାହାଙ୍କର ସ୍ଥାନ କିନ୍ତୁ ଅଟଇ ହୃଦୟ

ବିଶ୍ବାସେ ମିଳଇ ହରି ତର୍କେ ବହୁଦୂର

ମାନସିକ ଭାବନାରେ ସ୍ଥିତିଟି ତାହାର।


ହେତୁ ଅହେତୁରେ କିଛି ଯାଏ ଆସେ ନାହିଁ

ସାମାନ୍ୟ ଅଣୁର ଗୁଣ ଭେଦି ନ ପାରଇ

ବିଶ୍ବ ସଂରଚନା ଜ୍ଞାନ ଅଟେ ବହୁଦୂର

ଆତ୍ମଜ୍ଞାନ ଅଭାବରେ ମନ ହରବର।


ମାନବର ସଦ ଗୁଣ ପ୍ରତୀକ ଯାହାର

ମାନ ବା ନ ମାନ ଅଟେ ସିଏ ହିଁ ଈଶ୍ବର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda