ଈଶ୍ୱରୀୟ ପ୍ରେମ
ଈଶ୍ୱରୀୟ ପ୍ରେମ
1 min
470
ଈଶ୍ୱରୀୟ ପ୍ରେମ ଅମୃତ ତୂଲ୍ୟ
ସେଥିରୁ ବିନ୍ଦୁଏ କରିଲେ ପାନ
ବୁଝି ତ ପାରିବା ତାହାର ମୂଲ୍ୟ
ଧନ୍ୟ ହୋଇଯିବ ଜୀବନ ଆମ ।
ନିବିଡ଼ ହୋଇଲେ ଭାବ ଆମର
ମନରୁ ହୁଅଇ ଅଜ୍ଞାନ ଦୂର
ଜ୍ଞାନ ଆମର ହୋଇଲେ ଗାଢ଼
ପ୍ରାପ୍ତି ହେବ ଆତ୍ମଜ୍ଞାନର ଘର ।।
ଆତ୍ମଜ୍ଞାନ ଅଟେ ମହା ସମ୍ପଦ
ତାର ପ୍ରାପ୍ତେ ହେବ ଜୀବନ ଧନ୍ୟ
ସଫଳତା ଲଭେ ତା'ର ଜୀବନ
ସଂସାରେ ଆଦର୍ଶ ବ୍ୟକ୍ତିରେ ଗଣ୍ୟ।।।
ଶିଶିର, କଟକ।
