STORYMIRROR

SUJATA DAS

Others

3  

SUJATA DAS

Others

ଇଚ୍ଛା

ଇଚ୍ଛା

1 min
176

ଭାରି ଇଚ୍ଛା ହୁଏ

 ତୁମ ହାତ ଲେଖା

   କବିତାଟେ ପଢିବାକୁ 

ଶବ୍ଦର ମାଧୁର୍ଯ୍ୟ

 ଭାବର ସୌନ୍ଦର୍ଯ୍ୟ

  ପ୍ରୀତି ରଙ୍ଗେ ଭିଜିବାକୁ 


ଦଗ୍ଧ ହୃଦୟର

  ଭାବ ସୁଧା ଧାରେ

   ନିମଗ୍ନରେ ହଜିବାକୁ 

ବିରହ ରାଗିଣୀ

  ବିନିଦ୍ରା ରଜନୀ

   କାବ୍ୟଞ୍ଜଳୀ ରଚିବାକୁ 


ଲେଖନ୍ତନି ଥରେ    

  ହୃଦୟର ବାର୍ତ୍ତା

   ହୃଦୟ ଯାଆନ୍ତା ବୁଝି 

ଶୂନ୍ୟତା ନିଦାଘେ

  ମନ ଉପବନ

  କେମିତି ଯାଇଛି ସିଝି 


ଲେଖନ୍ତ "ପ୍ରିୟା ଗୋ "

  ତୁମ ବିନା ଏଠି

   ଫଗୁଣଟା ବାସହୀନ 

କୋଇଲି କୁହୁରେ

  ନାହିଁ ସେ ଲାଳିତ୍ୟ

   ଝାଉଁଳିଛି ମଧୁବନ 


ସପନ ରୁଷିଛି

  ଅଭିମାନ କରି

   ନିଦ ନିରୁର୍ଦ୍ଦିଷ୍ଟ କାହିଁ 

ବିଦଗ୍ଧ ହୃଦୟ

 ଝୁରେ ବହୁ ଦୂରେ

   ବିରହର ଜ୍ୱାଳା ସହି 


ଫୁଲ ସିନା ଫୁଟେ

  ବାସନା ବି ଛୁଟେ

   ମହକି ପାରେନି ମନ 

ଅବୁଝା ନୟନ

 ହୃଦୟ ସ୍ପନ୍ଦନ

  ଅୟୁତ ତା ଅଭିମାନ 


ସକାଳରୁ ସଞ୍ଜ

  ଆଖି ଲମ୍ବି ଯାଏ

   ଚିଠି ଆସିବାର ବାଟେ 

ଦିନ ମାସ ବର୍ଷ

  ଯାଏ ସିନା ବିତି

   ଉଦାସୀ ବାଦଲ ଘୋଟେ 



Rate this content
Log in