STORYMIRROR

shaikh mozahid mahatab

Others Children

4  

shaikh mozahid mahatab

Others Children

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
244


କାହିଁକି କେଜାଣି ଇଚ୍ଛାହୁଏ

ଟିକେ ପଛକୁ ଫେରିହୁଅନ୍ତାକି ?

ପିଲାଦିନ ଚାଟଶାଳୀ ପାଠ

ବରଗଛ ମୂଳେ ଖଡି ସିଲଟ

ସାର୍ ଙ୍କ ତାଗିଦ

ବେତମାଡ

ଚୌକିବସା

ଖେଳଛୁଟି

କ୍ରିକେଟ ଖେଳ ।


ସ୍କୁଲବେଂଚ ରେ ବସି

ଅଙ୍କ କଷୁଥିବା ବେଳେ

ଇତିହାସ ଆଲୋଚନାରେ

ସାହିତ୍ୟ ପଢାରେ

ବିଜ୍ଞାନ ମେଳାରେ

ମୁ ଦେଖିଥିବା ସବୁ ସ୍ବପ୍ନ

କେତେ ବାସ୍ତବତା ର ରୂପ

ନେଇଛି ?


ଗାଁ ଦାଣ୍ଡ ଧୂଳି ଖେଳ 

ସାଙ୍ଗସାଥି ମେଳ, 

ପୋଖରି ଡ଼ିଆଁ, ବାଗୁଡି ଖେଳ, ଆହୁରି ଅନେକ

ଅତୀତ ସ୍ମୃତିରେ ଭାସି ଯିବାକୁ ଇଚ୍ଛାହୁଏ ।।


Rate this content
Log in