STORYMIRROR

Bikesh Sahu

Others

5.0  

Bikesh Sahu

Others

ହଁ, ମୁଁ ହସେ

ହଁ, ମୁଁ ହସେ

1 min
13.1K


ହଁ, ମୁଁ ହସେ

ହୃଦୟ ଭିତରେ

ଅଜସ୍ର କୋହ ସବୁକୁ ଚାପି ରଖି

ଉପରେ ଉପରେ ହସେ

କାହିଁକି ହସେ ମୁଁ ତ ଜାଣିପାରେ ନି

ହସେ ବୋଧେ ଏଇ ହୃଦୟଟାକୁ

ଟିକିଏ ସାନ୍ତ୍ଵନା ଦେବାପାଇଁ

ମିଛରେ ମିଛରେ

ଅମାନିଆ ହୃଦୟକୁ ବୁଝେଇବା ପାଇଁ

ଭିତରେ ଭିତରେ କାନ୍ଦି କାନ୍ଦି

ହଁ, ମୁଁ ହସେ

ବୋଧେ ପ୍ରିୟା ତୁମ ଖୁସି ପାଇଁ ।

କାଳେ ତୁମେ କାନ୍ଦି ଦେବ

ମୋ ଆଖିରେ ଲୁହ ଦେଖି

ଯାହା କେବେ ଏ ହୃଦୟ ସହି ପାରେନି

ବୋଧେ ପ୍ରିୟା ସେଇ ଭୟ ନେଇ

ପିଇ ଯାଏ ସବୁତକ ଏଇ ଆଖି ଲୁହ

ତୁମ ଖୁସି ପାଇଁ

ମିଛରେ ମିଛରେ

ହୃଦୟକୁ ବୁଝେଇବା ପାଇଁ

ଖାଲି ପ୍ରିୟା ତୁମ ଖୁସି ପାଇଁ

ହଁ, ମୁଁ ହସେ

ହୃଦୟରେ କୋହ ସବୁ ଚାପି

ଏକା ଏକା କାନ୍ଦି କାନ୍ଦି

ଖାଲି ପ୍ରିୟା ତୁମ ଖୁସି ପାଇଁ

ହଁ, ମୁଁ ହସେ

ହଁ, ମୁଁ ହସେ ।।

@ବିକେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍