STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ହେରାପଞ୍ଚମୀ

ହେରାପଞ୍ଚମୀ

1 min
136

ଖାଲି ରତ୍ନ ବେଦୀ ଶୂନ୍ୟ ଶ୍ରୀମନ୍ଦିର

କାହିଁ ଗଲେ ଜଗନ୍ନାଥ

ମୁହଁକୁ ଶୁଖେଇ ମାଆ ମହାଲକ୍ଷ୍ମୀ

ଚାହିଁ ବସିଛନ୍ତି ବାଟ

ବନ୍ଧୁରେ ବନ୍ଧୁରେ

ରଥେ ପ୍ରଭୁ ବୁଲି ଗଲେ ଭୁଲି

ମାଆଙ୍କ ହାତ .....


ଦିନଟିଏ ଲାଗେ ଯୁଗଟିଏ ପରି

ପାଞ୍ଚ ଦିନ ପାଞ୍ଚ ଯୁଗରେ

ବିରହୀ ଆଖିରେ ଲୁହର ଝରଣା

ବିହି ସତେ ବାଦ କଲାରେ

ହେରାପଞ୍ଚମୀ ରେ ମାଆ ବାହାରନ୍ତି

ଖୋଜି ଖୋଜି ପ୍ରାଣ ନାଥ....


ମାଆ ଯାଉଥାନ୍ତି ବଡ଼ ଦାଣ୍ଡେ ଦାଣ୍ଡେ

ନନ୍ଦିଘୋଷ ପାସେ ମିଳନ୍ତି

ପ୍ରଭୁ ଯେ ଅଛନ୍ତି ଆଡ଼ପ ମଣ୍ଡପେ

ବୁଝି ସେ ହରଷ ହୁଅନ୍ତି

ରଥ ବନ୍ଦାପନା କରିଥାନ୍ତି ମାଆ

ଭାବେ ହୋଇ ସେ ଭୋଳ ତ...


ଗୁଣ୍ଡିଚା ମନ୍ଦିରେ ମାଆ ପ୍ରବେଶନ୍ତି

ଭେଟିବାକୁ ପ୍ରାଣନାଥଙ୍କୁ

ଧୂପ ଲାଗୁଥାଏ ମଣ୍ଡପରେ ଯେଣୁ

ପାରନ୍ତିନି ଭେଟି ପ୍ରଭୁଙ୍କୁ

ଅଭିମାନ କରି ଲେଉଟନ୍ତି ମାଆ

ଭାଙ୍ଗି ରଥ ଚକ କାଠ...


ପ୍ରେମର କାହାଣୀ ପୀରତି ମଧୁର

ହେରାପଞ୍ଚମୀରେ କଥାଟି

ମହାଲକ୍ଷ୍ମୀଙ୍କର ମାନ ଅଭିମାନ

ବିରହ ବେଦନା ବ୍ୟଥାଟି

ପ୍ରଭୁ ଲେଉଟିଲେ କବାଟ ପକାଇ

ଘଡ଼ିଏ ଚାଲି ନାଟ .... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍