STORYMIRROR

Prakash Ranjan Parida

Others Tragedy

2  

Prakash Ranjan Parida

Others Tragedy

ହେ ସତୀର୍ଥ

ହେ ସତୀର୍ଥ

1 min
14K



ମୁଁ କି ଜାଣିଥିଲି ତୁମେ ଆଉ ଫେରିବନି ବୋଲି

ଜାଣିଥିଲେ ତ’ ତୁମେ ହାତେ ଧରାଇ ଦେଇ ଥା’ନ୍ତି

ଜୀବନର ସାଇତା ସ୍ବପ୍ନ

ଅର୍ଜିତ ସବୁତକ ପାପ- ପୁଣ୍ୟ, ପ୍ରାପ୍ତି ଓ ପୌରୁଷ

‘ତୁ ପିଲାଲୋକ ଶୁଣି ପାରୁନୁ ହରିଙ୍କ ଡାକ

ଦେ ସୁନା ପିଲା ପରି ସଜାଡି ଦେ ମୋ ତୀର୍ଥବାସ

ଆଣିବି ତୋପାଇଁ ଚାରି ଧାମରୁ ପ୍ରସାଦ’

ସଂକିର୍ତ୍ତନ ମୋହରେ ସବୁ ଭୁଲିଗଲ

ବେଶ କେଇଦିନ ହଜେଇଲ ନିଦ

ଗଂଗାରେ ଚିପୁଡି ଦେଲ ଆଖିର ଲୁହ

ଯମୁନାକୁ ସଅଁପିଲ ଛାତିତଳ କୋହ,

ମୁଁ ଜାଣେ କାଳର କରାଳ ତୁମକୁ ହରାଇ ପାରି ନଥିବ

ତୁମ ଶକ୍ତ ପାଦ ପ୍ରଳୟକୁ ଆଗକୁ ଆଗକୁ ବାହି ନେଇଥିବ ।

କହିଥିଲ ଆସିଲେ କହିବ

କେଉଁ ତାର୍ଥରେ ମନ ହଜେ

କେଉଁଠି ସଂସାରର ସବୁତକ ପିତା ମିଠା ମିଠା ଲାଗେ-

ତୁମର ଏ ମିଠା ମିଛ ତମେ କେମିତି ଜାଣିବ

ଘର ସାମ୍ନା ମଧୁମାଳତୀ ବାସ୍ନାରେ ମିଶି ମିଶି ମତେ ନିଇତି ମାରିବ ।

.....

Email:litp.ranjan@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍