STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଗତିର ନିୟମ

ଗତିର ନିୟମ

1 min
457


• ପରଦା ଉଠା •


ନିଉଟନ ମୁଣ୍ଡରେ

ଆତଟିଏ ନ ପଡି

ପଡିଥାନ୍ତା ଯଦି 

ବେଲ କିମ୍ବା କଇଠ ଟେ,

ନୂଆଣିଆ ଚାଳରୁ ଗଡି

କଖାରୁ ବା ବୋଇତାଳୁ ଟିଏ,

ପାଇଥାନ୍ତେ ଆଉ କିଛି ସୂତ୍ର ?

ହୁଅନ୍ତା ଯା ଜୀବନର ମନ୍ତ୍ର !


• ନଟୋକ୍ତି •


ଗତିର ନୀୟମ ଆଉ ସଂସାର ନିୟମ

ସବୁ ଏକାପରି ଲାଗେ,

ଯେଣୁ ସଂସାର, ହୃଦୟ, ଜୀବନ

ସବୁ ଗତିଶୀଳ,

ଅଟକି ଯାଏନା,

ପାଇଲେ ବି ଅମୃତର ଫଳ।


• ନିଉଟନଙ୍କ ତିନୋଟି ଗତିର ନିୟମ •


୧ ଜଡତ୍ବର ନିୟମ


ପ୍ରତି ଅଳସୁଆ ସକାଳରେ,

ବାପା,ବୋଉ,ଚଷା,କର୍ମଚାରୀ,

କଳ ଭଳି ନିର୍ଦ୍ଧିଷ୍ଟ ଭାବରେ

ପ୍ରତି ଦିନ କର୍ମ ଗତ, ରତରତ -

ବେଡସିଟ ଭିତରୁ ମୁଁ ଭାବେ,

କଣ ଏତେ, କି ହେବ ପ୍ରାପତ।

ଧିରେ ଧିରେ ମୁଁ ବି ବନିଯିବାରୁ

ବାପାଟିଏ

ବୋଉଟିଏ

ଚଷାଟିଏ

କର୍ମଚାରୀଟିଏ -

ମୁଁ ବି ବୁଝିଲିଣି,

ଚାଲୁଥିଲେ ଚାଲୁଥାଏ ଅହରହ,

ସେଇ ଗତି,ସେଇ ପଥ, ସେଇ ମୋହ,

ପଡିଥିଲେ ଲାଗୁଥାଏ ଶୋଇରହ,

ଯେ ଯାଏଁ ହୋଇନ ତୁମେ ଅ-ଗତେୟ !


୨ ବେଗର ପଥେୟ


ବିନା ପିଟା ସୁନା ଚମକେନା,

ବିନା ଘଷା ହୀରା ଚମକେନା,

ଚମକିନି କିଏ କେବେ ଘଷାପିଟା ବିନା।

ଦେଖୁନା ଯେମିତି -

ରାଜ୍ୟୁ ହଟି ବନେ ଲେଖି କବି ଉପଇନ୍ଦ୍ର,

ସବୁ ମୋହ ମାୟା ତ୍ୟାଗୀ ମହାନ ନରେନ୍ଦ୍ର।

ଆଇଜାକ ନିଉଟନ ଭାଷେ -

ସଫଳ ଗତିର ଫଛରେ

ଦୁଇ ଚିଜ ଅଛି ଅପ୍ରକାଶେ।

ବସ୍ତୁଟିକୁ ଜଡିଥିବା ବେଗ ସମାହାର

ଏବଂ ନିଜେ ଧରିଥିବା ଗୁରୁତ୍ବର ଭାର।


୩ କର୍ମ ଓ ଫଳର ଗତି


"ଯେ ଯାହା କରଇ, ସେ ତାହା ଭୂଞ୍ଜଇ,

ମିଛେ ମିଛେ ପାର୍ଥ ନିଜ କର୍ମକୁ ନିନ୍ଦଇ"!

କିଏ ଆଗ ଲେଖିଲେ, ଦାସେ ନା ନିଉଟନ,

ଯିଏ ବି ଲେଖନ୍ତୁ, କଥା କିନ୍ତୁ ଶହେ ଟନ୍।

ଯାହା ମୁଁ କରଇ ଫଳ ହୋଇବ ପ୍ରାପତି,

ସେଇ ପ୍ରାପତିରୁ କେବେ ନ ହୁଏ ମୁକତି।

ପ୍ରତି କର୍ମେ ସମାନ ଓ ବିପରୀତ ଫଳ,

ଏହି ଭାବଟିକୁ ସଦା କର୍ମେ ରଖି ଚଳ।



এই বিষয়বস্তু রেট
প্রবেশ করুন