STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଗୋଲାପ

ଗୋଲାପ

1 min
979



ଯଦି ତୁମ ଅଙ୍ଗୁ

ଫିଟି ଫିଟି ଯାଏ

ରଙ୍ଗ ସବୁ

ବାସ୍ନା ସବୁ

ସ୍ବପ୍ନ ସବୁ,

ତା' ପରେ ବି

ପ୍ରେମର ଦାୟ କିଏ?

ରଙ୍ଗ, ବାସ୍ନା, ସ୍ବପ୍ନ -

ନା ତୁମ ପ୍ରତ୍ୟୟ ପ୍ରଚ୍ଛନ୍ନ !


ତୁମେ ,

ରଙ୍ଗ ଭରା ମତୁଆଲା ଫୁଲ,

ମହମହ ସୁଗନ୍ଧର ଫୁଲ

ଆଶା ଓ ସମ୍ଭାବନା ଫୁଲ ;

ମୁଁ କିନ୍ତୁ

ତୁମ କାନି ତଳେ

କଣ୍ଟା, କଣ୍ଟା, କଣ୍ଟା

ଯେମିତିକି ମନ ତଳ

ପ୍ରଣୟ ଓ ପାପର

ଶେଷ ନିଆଁ ଝୁଲ ।


ତୁମେ,

ଡେମ୍ଫରୁ କଢି,

କଢିରୁ ଫୁଲ

ବଜାର ମୂଲ

ଫୁଲରୁ ପାଖୁଡା

ହୁଅ ଅସଜଡା

ଭୂମଗ୍ନା

ହଜାଇ ଭୂଗୋଳ ।

ମୁଁ କଣ୍ଟା

ନାହିଁ ଭାଗବଣ୍ଟା

ତୁମର ହିଁ

ଆଢୁଆଳେ

ମାଗୁଥାଏ

ତୁମ ପ୍ରେମ ମୂଲ।


© ସୁଧିର କୁମାର ପଣ୍ଡା, ବ୍ରହ୍ମପୁର



Rate this content
Log in