Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଗୋଲାମ

ଗୋଲାମ

1 min
120


ପେଟ ଚାଖଣ୍ଡକ ପାଇଁ ହୁଏ ବିକ୍ରୀ 

ନଥାଏ ସ୍ବତନ୍ତ୍ର ପରିଚୟ

ସ୍ବାଧୀନତା ହାରି ଉଠବସ ହୋଇ

ମୁନିବର ଗାଏ ଜୟ ଜୟ

ଏହା ହିଁ ଗୋଲାମଗିରି

ବନ୍ଦୀ ଜୀବନଟା ଅସହାୟେ କାଟେ

ସୁଖଦୁଃଖ ଅନୁସରି ।


ଯାହା ହିଁ ମୁନିବ କରଇ ହୁକୁମ

କରିବାକୁ ତା'କୁ ହୁଏ ବାଧ୍ୟ 

ନପାରିଲେ ଗାଳି ବର୍ଷଣ ହୁଅଇ

ରୋକିବାକୁ ନାହିଁ କା'ର ସାଧ୍ୟ 

ଆସୁ ପଛେ ଯେତେ ଦୁଃଖ

ଅନ୍ତର ବେଦନା କାହାକୁ ନକହି

ମନେ ମାରେ ମନଭୋକ ।


ବନ୍ଦୀ ଜୀବନରୁ ମୁକୁଳିବା ପାଇଁ

ଚେଷ୍ଟା ବି ତା'ର ହୁଏ ବିଫଳ

ଅର୍ଥ ସଙ୍କଟକୁ କେମିତି ଜୁଝିବ

ଖୋଜି ପାଏ ନାହିଁ କିଛି ବଳ

ସେ ଅସହାୟ ଭାବରେ

ଜୀବନ ଜୀବିକା ଉଭୟ ସାଉଁଟି

ଗୋଲାମୀକୁ ଆଶ୍ରା କରେ ।


ଆଘାତରେ ଲହୁଲୁହାଣ ହେଲେ ବି

କ୍ଷତକୁ କେହି ଦେଖନ୍ତି ନାହିଁ

ନିଜର ଯନ୍ତ୍ରଣା ନିଜେ ହିଁ ଲିଭାଇ

ଧାଇଁ ଯାଏ କରମେ ଆଗେଇ

ନିଜକୁ ଶାନ୍ତ୍ବନା ଦେଇ

ଗୋଲାମ ପରା ସେ ସୁଖକୁ ଖୋଜିବା

କେବେ ଭାଗ୍ୟେ ନ ଜୁଟଇ । 


Rate this content
Log in