STORYMIRROR

Krishna Samantaray

Others

3  

Krishna Samantaray

Others

ଗଣେଷ ପୂଜା

ଗଣେଷ ପୂଜା

1 min
117


ଗଣେଶ ପୂଜା ହୋ ଗଣେଶ ପୂଜା

 ଏହି ଦିନଟି ଆହା କି ମଜା,

ସକାଳୁ ଉଠି ଘଷେ ମୁଁ ଦାନ୍ତ

  ଫୁଲ ଆଣି ମୁଁ ହାର କରେ ତ ।।


ହଳଦୀ ନେଇ ଗାଧୋଇ ମୁଁ ଯାଏ

  ଓଷା କରି ମୁଁ ମୁଣ୍ଡଟି ଧୁଏ,

ନଡ଼଼ି଼ଆ,କଦଳୀ, ଲଡୁ, ଉଖୁଡା

  ଭୋଗକୁ ସଜାଡି ଧରେ ଚାଙ୍ଗୁଡା ।।


ଶିଘ୍ର ଚାଲି ମୁଁ ପହଞ୍ଚେ ସ୍କୁଲରେ

  ପ୍ରଥମେ ଯାଇ ମୁଁ ମୁଣ୍ଡିଆ ମାରେ,

ସାଙ୍ଗ ସାଥି ମେଳେ ଗୁନ୍ଥେ ମୁଁ ହାର

 ତରାଟ ସଙ୍ଗେ ମିଶାଇ ଶିଙ୍ଗଡା ହାର।।


ପୂଜା ପାଇଁ କି ବ୍ରାହ୍ମଣ ଆସେ

  ଆସନ ପକାଇ ଆରାମେ ବସେ ,

ପୂଜା ଶେଷରେ ପୁଷ୍ପାଞ୍ଜଳି ଦେଇ

   ଘରକୁ ଫେରିଲୁ ପ୍ରସାଦ ଖାଇ।।


ଆହା କି ମଜା  

 ଏହି ଦିନଟା,

ଭାଵୁଛି ମୁହିଁ ଭଲହୁଅନ୍ତା

  ଆରବର୍ଷଟା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍