Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhir Kumar Panda

Others

3  

Sudhir Kumar Panda

Others

ଗ୍ଲାସନସ୍ତ ଓ ପିରିସ୍ତ୍ରୋଏକା

ଗ୍ଲାସନସ୍ତ ଓ ପିରିସ୍ତ୍ରୋଏକା

1 min
267



ଇତିହାସ ପୁଣି ଥରେ ଜୀଏଁ

ଗଣତନ୍ତ୍ର ଭାଷା ଯେବେ 

ଶ୍ବାସ ରୁଦ୍ଧ ହୁଏ।

ଖୋଲାପଣ -

ସାମ୍ୟବାଦର ସତ୍ୟ ସ୍ବର,

ଅଜେୟ, ସଚର, ଅମର।

କିଣା ବିକା ଦଲାଲର ଚାଲ

ସବୁ ମାରୁ ଫେଲ୍,

ମନ ଖୋଲା ମିଡିଆର ଭାଷା,

ସଂହତି ଓ ସାମ୍ୟବାଦ,

ନୂତନ ପ୍ରତ୍ୟାଶା।

ଗ୍ଲାସନସ୍ତ ରାଲି ସହ

ଏହା ଥିଲା ଗୋର୍ବାଚୋଭ ଆଶା।

ଏବେ ବି ତା ଜିଇଁଉଠୁ,

ପ୍ରେଷ୍ଟିଚ୍ୟୁଟ୍ ପ୍ରାପ୍ତେଷୁ ହତାଶା।

 • • •

ଢାଞ୍ଚା ଏକ ସୁସ୍ଥ ସମାଜର,

ଲୋଡା ଏକ ଖସଡା ତାହାର

ଭାଙ୍ଗିବାକୁ ଛତ୍ରବାଦୀ ସ୍ବର

ଅର୍ଥନୀତି, ରାଜନୀତି 

ବିସ୍ତୀର୍ଣ୍ଣ, ଉଦାର,

ବାଦ ଦେଇ ଗଳାବାଟ

ଓ ଘୋଡା ବେପାର।

ମାନବ ସମ୍ବଳ ଏଠି

କରେ ହାହାକାର -

ଆଶା ଥିଲା ସୁନା

କିମ୍ପା ପାଇଲୁ ଅଙ୍ଗାର।

ସାଟାଲିନ, ଗୋର୍ବାଚୋଭ ସ୍ବପ୍ନ

ପୁଣି ଥରେ ଖୋଜିବସେ

ଅମାନିଆ ସୁର।



Rate this content
Log in