STORYMIRROR

Prakash Ranjan Parida

Others Tragedy

3  

Prakash Ranjan Parida

Others Tragedy

ଗଲା କଥା ଯାଏ ନାହିଁ

ଗଲା କଥା ଯାଏ ନାହିଁ

1 min
13.2K


ପଢ଼ି ପାରୁଛ ତ’ ମୋ ଆଖିର ଭାଷା

ଆଖି ତଳ କଳାଦାଗ କଥା

ଆଉ…

ଛାତି ତଳ ଯନ୍ତ୍ରଣାର ବ୍ୟଥା,

କେଜାଣି ତୁମେ ତ କାଲି ପରି ଆଜି ବି ଅବୁଝା ।

ଆଜିକାଲି ତୁମର ମନେ ପଡ଼େକି ନାଁ

ତୁମ ମୋ ଚୋରାପ୍ରିତି କଥା

ହସ ଲାଗେ ନା...ମତେ ବି ଲାଗେ

ଯଦିଓ ସେ ବୟସେ ଢେର ବେଶି ଲୁହ ନିଗିଡିଛି ତୁମ ପାଇଁ

ଏତେ ଟିକେ କଥାରେ କେତେ କଣ ଥାଏ

ସେଇ ନିର୍ଦ୍ଦିଷ୍ଟ ବୟସେ ବୁଝି ହୁଏ ସିନା

ପରେ ଅବାନ୍ତର ଲାଗେ ।

ଏତେ ବର୍ଷ ପରେ ଦେଖା

ହଁ ନା’ରେ ଉତ୍ତର ବାଢୁଛ

ମୋର ତମାମ ପ୍ରଶ୍ନର

ବିଗତ ଦିନରେ ତୁମର ନିରବତା

ଢେର ବେଶି ବାଚାଳ କରୁଥିଲା ମତେ

କିନ୍ତୁ ଆଜି ଠିକ୍ ସେଇ କାରଣରୁ

ବିରକ୍ତିରେ ଚୁପ୍ ହେବାକୁ ପଡ଼େ

ଖାଲି ଯାହା ଦୀର୍ଘଶ୍ବାସ ସବୁ

ତୁମ ମୋ ମଝିରେ ପାଚେରୀ ହୋଇ ଛିଡ଼ା ହୋଇଯାଏ ।

ପ୍ରେମର ଅନୁଭବ ହିଁ ଏମିତି

ଛାତି ତଳ କୋରି ହୋଇଯାଏ

ଆଖିକୁ ଅସମୟେ ଉଦାସ ଓହ୍ଲେଇ ଆସେ

ତୁମର କିଛି ହୁଏ କି ନା ?

କେଜାଣି ତୁମ ଉତ୍ତର ବିହୀନ ମୁହଁର ଭାଷା ପଢ଼ିବାର ଅଜବ କୌଶଳ

ମୁଁ ଭୁଲି ଗଲିଣି କେବେଠୁ ।

ବେଶି କିଛି ମନେ ପଡୁନି

କିନ୍ତୁ କାଲି ପରି ଆଜି ବି ସେଇ ମୁଗ୍ଧ ଶିହରଣ ମୋ କାୟାରେ

ଆଜି ବି ବିହ୍ବଳିତ ତୁମ ଦେହର ମିଠା ବାସ୍ନାରେ । ।

.....

ପ୍ରକାଶ ରଂଜନ ପରିଡ଼ା

'ନିଶିପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର


Rate this content
Log in