ଘର
ଘର
1 min
210
ଚାରି କାନ୍ଥ ପରିସର ହସିଲା ସଂସାର
ପରସ୍ପର ସହଯୋଗ ଥାଏ ନିରନ୍ତର।
ଏକ ଆରେକୁ ଶିଖାଏ ଭଲପାଇବାର
ସମ ଦୁଃଖୀ ହୋଇଥାଏ ଜଣେ ଜଣଙ୍କର।
ସ୍ନେହ ଓ ସୌହାର୍ଦ୍ଦ୍ୟ ଭାବ ମନେ ଥାଏ ଭରି
ଭାବର ପ୍ରସାଦେ ପେଟ ଯାଉଥାଏ ଭରି।
ମାତା ପିତା ଭାତୃ ଭଗ୍ନୀ ଯେତେ ସମ୍ପର୍କୀୟ
ଗୋଟିଏ ଛାତର ତଳେ ପ୍ରୀତି କମନୀୟ।
ଏହିପରି ପରିସୀମା ଭିତର ସଂସାର
ତାହା ହିଁ ବୋଲାଇ ଥାଏ ଆପଣାର ଘର।
