ଗୌରବମୟଟି ଗୃହ
ଗୌରବମୟଟି ଗୃହ
ପୁତ୍ର ଆଜ୍ଞାକାରୀ ଥିବଟି ଯା ଘରେ
ମିଳେ ଗୌରବ ଗୃହରେ,
ଗୄହଣୀଟି ମଧ୍ୟ ଆଜ୍ଞାକାରୀ ଥିବ
ରୁହେଟି ଗୃହ ଖୁସିରେ ।
ହୁଏ ଲକ୍ଷ୍ମୀପୂର୍ଣ ଗୄହଟି ତାଙ୍କର
ଆଶିର୍ବାଦ ତହିଁ ହୁଏ
ଗୄହଟି ଏପରି ପ୍ରେରଣା ସମାଜେ
ଶିକ୍ଷା ଜଗତକୁ ଦିଏ।
ଶିକ୍ଷା କ୍ଷେତ୍ରେ ମଧ୍ୟ ସମ୍ପନ୍ନ ହୁଏଟି
ଜନେ ଶିକ୍ଷା ଦେଉଥାଏ,
ଜନ ଦୁଃଖ କଷ୍ଟେ ଆଗୁଆ ରୁହେଟି
ତତ୍ପର କର୍ତ୍ତବ୍ୟେ ହୁଏ।
ରଖେଟି ଆଦର ଗୁରୁଜନ ପ୍ରତି
ଭକ୍ତି ଜଗନ୍ନାଥ ନିତ୍ୟେ,
ଗୃହେ ସମଭାବ ଶ୍ରଦ୍ଧା ପ୍ରୀତି ତହିଁ
ଭକ୍ତି ପିତୃମାତୃ ନିତ୍ୟେ।
ହୁଏ ଲକ୍ଷ୍ମୀପୂର୍ଣ୍ଣ ଗୃହଟି ତାଙ୍କର
ସମାଜ କରେ ଆଦର,
କରନ୍ତି ବିଶ୍ୱାସ ଗୃହଜନ କଥା
ଥାଏଟି ଆସ୍ଥା ତାଙ୍କର।
ଜଗତ ଠାକୁରେ ନଜର ଗୃହରେ
ସତେକି ସେହୁ ମନ୍ଦିର,
ଲକ୍ଷ୍ମୀ ଠାକୁରାଣୀ ବିରାଜ ତହିଁରେ
ଗୃହଟି ଦିଶେ ସୁନ୍ଦର।
ସାଧୁ ସନ୍ଥଙ୍କର ଆଦର ଗୃହରେ
ପ୍ରେମ ଭକ୍ତି ଶ୍ରଦ୍ଧା ତହିଁ,
ପୂଜା ରାଧାକୃଷ୍ଣେ ପୂଜନ ଗୃହରେ
ଶୁଭେ ଶଙ୍ଖନାଦ ଯହିଁ।
ଶବ୍ଦ ହୁଳହୁଳି ପଡୁ ଥାଏ ତହିଁ
ଧୂପ ଦୀପ ର ନୈବେଦ୍ୟ,
ଅସମ୍ଭବ ହୁଏ ବର୍ଣିବାକୁ ତାରେ
ଭକ୍ତିର ପ୍ରେମ ନୈବେଦ୍ୟ।
ଚରାଚର ପୃଥି ସୃଷ୍ଟି ହିଁ ତାଙ୍କର
ଭିଆଣ ସବୁତ ତାଙ୍କ,
ଭକ୍ତିପ୍ରେମ ଶ୍ରଦ୍ଧା ଦେଇଣ ନୈବେଦ୍ୟ
ଭକ୍ତି ରାଧାକୃଷ୍ଣେ ତାଙ୍କ।
ଏପରି ଗୃହର ନେଇଣ ପ୍ରେରଣା
ଗଢିବ ଏପରି ଗୃହ,
ରାଷ୍ଟ୍ରର କଲ୍ୟାଣେ ନିର୍ମିତ କରିବା
କରିବା ଆଦର୍ଶ ଗୃହ।