Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

4  

Mamatamanjari Das

Others

ଏକା ଏକା

ଏକା ଏକା

1 min
299



ବିଶ୍ୱାସ ଟା ଥରେ ଭାଙ୍ଗିଗଲା ପରେ

ଚାଲିବାକୁ ପଡେ ଏକା ଏକା

ପ୍ରତିଶ୍ରୁତି ଯଦି ପ୍ରତାରଣା ହୁଏ

ଜୀବନ ଲାଗଇ ଫିକା ଫିକା।


ମମତା ର ଫୁଲ ମଉଳିଲେ ଥରେ

ମିଳେନାହିଁ ସେଠି ବନ୍ଧୁ ପଣ

ପ୍ରେମ ଯଦି କେବେ ପ୍ରତାରଣା ହୁଏ

ନଥାଏ ସେଥିରେ ସମର୍ପଣ।


କଥା ଦେଇ ଯିଏ କଥାକୁ ରଖେନା

ସେ ବନ୍ଧୁରେ ଗଣା ହୁଏନା

ସମ୍ପର୍କ ର ସେତୁ ଭାଙ୍ଗି ଗଲେ ଥରେ

ଯେତେ ବନ୍ଧ ଦେଲେ ରହେନା ।


ମାଟିରୁ ଆକାଶ ଦୂରତା କୁ କେବେ

କରିନାହିଁ କେହି କଳନା

ଖୋଜିନିଅ ନିଜ ସୀମା ସରହଦ

ପୃଥିବୀ କୁ କେବେ ଖୋଜନା।


ହସ ଓ ହସାଅ ହସି ଚାଲିଥାଅ

ହସିବା କାରଣ ଖୋଜନା

ଏକା ଏକା ତୁମେ ଚାଲିବା ଶିଖ

ସାଥୀ କେବେ ତୁମେ ଖୋଜନା ।



Rate this content
Log in