ଏଇତ ଜୀବନ
ଏଇତ ଜୀବନ
1 min
156
ପେଟ ଚାଖଣ୍ଡକ ପୁରାଇବାପାଇଁ
ସଂସାରେ ଯେତକ ହୁନ୍ଦର
ଚିରାଫଟା ଅବା ସାତସିଆଁ ଲୁଗା
ଅଲରା କେଶ ବି ସୁନ୍ଦର l
ମଦମାଂସ ଖାଇ ଜୀବନ କାହାର
ବିତୁଛି ରାଜଉଆସେ
ଫଟାକପାଳ କୁ ଭଙ୍ଗା କୁଡ଼ିଆରେ
ଚନ୍ଦ୍ର ସୂର୍ଯ୍ୟ କାର ଦିଶେ l
ଲୀଳାମୟଙ୍କର ଅପାର କରୁଣା
ପ୍ରାରବ୍ଧ ଫଳ ଫଳାନ୍ତି
କାରେ ରାଜଭୋଗ କାହାକୁ ଫକୀର
ବେଶରେ ନିଜେ ସଜାନ୍ତି l
ବିଶ୍ୱାସରେ ବିଷ ଭରିଛି ସଂସାରେ
କାହାକୁଭାବ ନିଜର
ଜୀବନ ଯନ୍ତ୍ରଣା ଅସହ୍ୟ ବେଦନା
ପର ହେଲା ଆପଣାର l
କାହାକୁ କହିବ କିଏ ବା ଶୁଣିବ
ଦୁଃଖ ଯେତେ ଜୀବନର
ପଥର ପଡିଲେ ସହିବାକୁହୁଏ
ଆଶୀର୍ବାଦ କାଳିଆର l
