STORYMIRROR

Pankajini Upadhaya

3  

Pankajini Upadhaya

ଏଇ ଭାବନାରେ ଥିବି

ଏଇ ଭାବନାରେ ଥିବି

1 min
396


ପଙ୍କଜିନୀ ଉପାଧ୍ଯାୟ

~~~~~~~~~~~~~~

ଅରଙ୍ଗାବାଦ

~~~

ଆଶା ଅରୁଣିମା ଉଦ୍ଦୀପନା ଡେଣା

ସୁଖର ସ୍ବପ୍ନକୁ ନେଇ

ଆପଣେଇ ନେବି ଭଲ ପରଖିବି

ଶାଶୁଘରେ ପାଦ ଥୋଇ।

ପ୍ରତିଚ୍ଛବି ମୋର ହେବ ପ୍ରକଟିତ

ମୂର୍ତ୍ତିମନ୍ତ ମହାରୂପ

ସଭିଙ୍କୁ ସଜାଡି ଅଜାଡି ଦେବି ମୁଁ

କ୍ଷୁଦ୍ର ଅବୟବ ଧୂପ।

ଦେହଜ ଅନଳ ଦେହେ ଢାଲିଦେଲି

ହୋଇଗଲା ଏକାକାର

ସ୍ବପ୍ନର ସଉଧ ସପ୍ତରଙ୍ଗୀ ରୂପ

ପୂର୍ଣ୍ଣ ହେଲା କାମନାର।

ସମୟର ବଳ ସମ୍ଭାଳିବା ବେଳେ

ରୂପ ବଳ ହୁଏ ଲୋପ

ହୃଦୟର ବଳ କରେ ଦୂରୁବଳ

ମମତାରେ ଭରେ କୋପ।

ପ୍ରେମ ଶବ୍ଦ ସବୁ ନିଶବ୍ଦ ନିଶବ୍ଦ

ପ୍ରତାରଣା ଭଳି ଲାଗେ

ଯନ୍ତ୍ରଣା ଯେମିତି ମନ୍ତ୍ରଣା କରୁଛି

ମନରେ କ୍ରୋଧତ୍ବ ଜାଗେ।

ଭୀଷ୍ମ ପଥରୁଦ୍ଧ ଯୁଦ୍ଧ ପରିଶୋଧ

ଶ୍ରୀଖଣ୍ଡୀ ସମ୍ମୁଖେ ଉଭା

ନିରସ୍ତ୍ର ସେ ରଥି ଜୀବନ ପରିଧି

କାହିଁକି ନାରୀର ଶୋଭା ?

ପୁରୁଣା ମନ୍ଥନ ଅବା ରୋମନ୍ଥନ

ସଜାଡିବା କଥା ଭାବ

ଗୁରୁଜନ ଶିକ୍ଷା ସଠିକ୍ ସୁରକ୍ଷା

କରୁ ନାହଁ ଅନୁଭବ।

ମତେ ଜାଣିନାହଁ ଅଜଣା ନିଶ୍ଚୟ

ତୁମ ବିଗତ ଦିନର

ଏତିକି ଜାଣିବ ଏତିକି ବୁଝିବ

ଚିହ୍ନା ହେଲି ମୁଁ ତୁମର।

ଦୂର କର ନାହିଁ କରି ପାରିବନି

ମୁଁ ଏକା ତୁମ ନିଜର

ଜୀବନ ଜ୍ଯାମିତି ଅଙ୍କାବଙ୍କା ସ୍ଥିତି

ଯେତେ ଯାତନା ଜଞ୍ଜିର।

ବେଢିର ଉପରେ କୋରଡାର ମାଡ

ପ୍ରତିଦିନର ଅଭ୍ଯାସ

ଭଙ୍ଗା କାଚ ଫୁଟେ ଲହୁ ଓ ଲୁହାଣ

ନଥିଲା ଏ ପୂର୍ବାଭାସ।

ଶାଶୁଘର ମୋର ମିଠା ବା ଜହର

ସବୁ ମୋ 'ପାଇଁ ସୌଭାଗ୍ୟ

ପତି ମୋର ଗତି ଜୀବନର ପ୍ରୀତି

ଭାବିବିନି ଦୁରୁଭାଗ୍ଯ।

କର୍ତ୍ତବ୍ୟ ଜହର ସମ୍ପର୍କ ମୋହର

ଆପଣାପଣର ଭାବ

ସଜାଡି ପାରିବି ସୌହାର୍ଦ୍ଦ୍ୟ ଭରିବି

ଉତ୍ତମ ହେଉ ସ୍ବଭାବ।

ଅଜଣା ଆତଙ୍କେ ନୁହେଁ ଆତଙ୍କିତ

ସଂସାର ନୌକା ବାହିବି

ଘରକୁ ମୋହର କରିବି ମନ୍ଦିର

ଏଇ ଭାବନାରେ ଥିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍