STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଦୟାମୟ

ଦୟାମୟ

1 min
13.6K


ହେ ନୀଳାଚଳିଆ     ଭକ୍ତଙ୍କ କାଳିଆ

ରସରାଜ ନଟବର

ତୋର ଲୀଳା ଖେଳ  କେ ବୁଝିପାରିବ

ମାୟାଧାରୀ ନିରାକାର


ଆପଣାର ବୋଲି     ଯାହାକୁ ଭାବିଲି

ବୁଝିଲେନି ଜଣେ ହେଲେ

ପ୍ରତ୍ୟକ୍ଷ ହେଉ ବା    ପରୋକ୍ଷରେ ହେଉ

ଦୂରେ ମୋତେ ଠେଲି ଦେଲେ


ଅସଲ ରହସ୍ୟ        ବୁଝି ନ ଥିବାରୁ

ଦୁଃଖରେ ହୁଏ ଅଧିର 

ହେଲେ ସତ କଥା    ଦୂର କଲେ ବୋଲି

ହୋଇଲୁ ତୁହି ନିଜର


ତୋ କଥା ଭାବିଲେ  ଆନନ୍ଦରେ ମୋର

ଆଖିରେ ଆସଇ ଲୁହ

ସହଜରେ ସିନା       ଚିହ୍ନି ହୁଏ ନାହିଁ

ସତରେ ତୁ ଦୟାମୟ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in