ଦୃଶ୍ୟାନ୍ତର
ଦୃଶ୍ୟାନ୍ତର
1 min
13.4K
ସକାଳୁ ସକାଳୁ ରାସ୍ତା ଉପରେ
ଷୋହଳ ସତର ବର୍ଷର ଝିଅଟିଏ
ଦେହରେ କଲେଜ ୟୁନିଫର୍ମ, ମୁଣ୍ଡରେ ସ୍କାର୍ଫ,
ବେସୁରା ଢଙ୍ଗରେ ଗାଇ ଚାଲିଛି.....
କୌଣସି ହିନ୍ଦୀ ଚଳଚ୍ଚିତ୍ର ଗୀତରୁ ଧାଡିଏ,
"ସାରି ସାରି ରାତ୍....'
ସମସ୍ତେ ଶୁଣିବା ପରି ସ୍ବରରେ ।
ଲୋକେ କହୁଥିଲେ ଝିଅଟି ପାଗିଳି ।
ଗଛ ପତ୍ରଝଡା ଦେଲାପରି
ସମବେଦନା ଝରୁଥିଲା ସମସ୍ତଙ୍କ ମୁହଁରୁ ।
ଝିଅଟି ଏସବୁଠୁ ଅନେକ ଦୂରରେ
ହଜିଥିଲା ନିଜ ଭିତରେ ....
ବୋଧେ ଈଶ୍ବରଙ୍କ ସନ୍ଧାନରେ ,
ଅବା ଈଶ୍ବର ପ୍ରାପ୍ତିର ଆନନ୍ଦରେ ।।
