STORYMIRROR

Chittaranjan Lenka

Others

4  

Chittaranjan Lenka

Others

ଦୋଷୀ କିଏ

ଦୋଷୀ କିଏ

1 min
40.2K


ଯୁଆଡେ ଦେଖିବ          ବାବା ବାବା ବୋଲି        ପଡିଅଛି ଆଜି ହୁରି

ଦୋକାନ ବଜାର              ଗାଆଁ ଓ ସହର

ମିଡିଆଙ୍କ ଖିରି ପୁରୀ

 

କେ କେତେ ଭାଷାରେ    କେ କେତେ ଢଙ୍ଗରେ

ବାବାକୁ ଦେଉଛି ଗାଳି

ବାବା ପାଇଁ ଆଜି               ବନ୍ଧୁ ମତ ଭେଦ

ଘରେ ଲାଗିଲାଣି କଳି

 

କେମିତି ଭୁଲିଲ                ସେହି ବାବାଟିକୁ

ଯିଏ ଗଢିଲା ସଂସାର

ଭୁଲିଲ କେମିତି                ଜନମ ଦେଇଛି

ଯେଉଁ ବାବାଟି ତୁମର???

 

ନିଜ ସ୍ୱାର୍ଥ ପାଇଁ               ଆଉ ଗୋଟେ ବାବା

ଯଦି ହେଲା ଦରକାରୀ

ତୁମଠାରୁ ଦୋଷୀ              କିପରି ହୋଇଲା

ଭଣ୍ଡବାବା ରୂପଧାରୀ ???

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in