ଦୋଛକି ରେ ଜୀବନ
ଦୋଛକି ରେ ଜୀବନ
1 min
158
ମୁଁ ଚଢି଼ବି
ପାହାଡ଼ ପରେ ପାହାଡ଼
ଡରଲାଗେ
ତଳକୁଦେଖିଲେ
ଚାରିଆଡ଼େ ଶବ କୁଢ଼ କୁଢ଼
ହେଲେ ଚଢ଼ିବାକୁ ହେବ
ଚିବୁକର ଅଶ୍ରୁବି
ରେଖାଚିତ୍ର ପରି
କୋମଳ ସମ୍ବେଦନା
ସଦା ପ୍ରସ୍ତୁତ
ପଥର ଆଘାତରେ
ଚୁର୍-ମାର୍ ହେବବୋଲି
ଖୁବ୍ ଡର ଲାଗେ...
ଦେଖ ଚାରିଆଡ଼େ
ମାଳ ମାଳ
ପର୍ବତ ଖାଲି
ଆଉ କେତେ
ଚଢ଼ି ବାକୁ ହେବ...
ମୁଁ ହନ୍ତସନ୍ତ
ଦୋଦୂଲ୍ୟମାନ
ଗରମ ଚା'ର ଧୂଆଁ
ଅସ୍ତିତ୍ବ କୁ ଜାହିର୍ କରେ
ମଜ୍-ବୁର୍ ହୁଏ
ବିଲୟ ପାଇଁ...
ସଂସାର ତ ସାର୍ଥକ
କଡ଼ ଲେଉଟିବାରେ
ଜୀବନର ଦୋଛକିରେ
