ଦିଅ ମା ଦିବ୍ୟଜ୍ଞାନ
ଦିଅ ମା ଦିବ୍ୟଜ୍ଞାନ
ହେ' ମା ସରସ୍ୱତୀ ଘେନ ମୋ ପ୍ରଣତି
ତୁମ ପଦ ପଙ୍କଜ ଚରଣେ
ସାରଳା ଦାସଙ୍କୁ ଦେଇଥିଲ ଜ୍ଞାନ
ଲେଖି ଗଲେ ସେ ପୁରାଣ ।
ମୋତେ ଟିକେ ଜ୍ଞାନ ଦିଅ ଆହେ ମାତ
ମୋର ଜ୍ଞାନ କର ଉଜ୍ଜୀବିତ
ଛନ୍ଦ ନାହିଁ ଜଣା ପଦ ନାହିଁ ଜଣା
କିପରି ଗାଇବି ସ୍ତୋତ୍ର ।
ଜ୍ଞାନର ପରଶ ବିତର ହେ ମାତ
ଅଜ୍ଞାନ କୁ କର ଦୂର
ଅଜ୍ଞାନ ଅନ୍ଧାରେ ସମାଜରେ ଆଜି
ପଡିଲାଣି ହା ହା କାର ।
ତୁମ ଆଶିର୍ବାଦ ଦିଅ ଟିକେ ମାତ
ଏଖଳ ମଣିଷ କଣ୍ଠେ
ଝିଅ ବୋହୁ ଆଜି ଚାଲି ନ ପାରନ୍ତି
ଏ ଦୁନିଆ ବଡଦାଣ୍ଡେ ।
ମାଆ ଜାତି ଆଜି ଅସମ୍ମାନ ପାଏ
ବଢିଚାଲେ ବ୍ୟଭିଚାର
ତାଙ୍କ କଣ୍ଠେ ଟିକେ ବିଜେ କରି ମାଆ
ଏ ପାପରୁ ଉଦ୍ଧାର କର ।
ଜ୍ଞାନର ପ୍ରଦୀପ ପ୍ରଜ୍ୱଳିତ କରି
ଅଜ୍ଞାନ କୁ କର ଦୂର
ଜଡ଼ତା କୁ ହରି ଚେତନା କୁ ଭରି
ଶୁଦ୍ଧ ଜ୍ଞାନ ଦାନ କର ।
