STORYMIRROR

Binaya Bhusan Panigrahi

Others

2  

Binaya Bhusan Panigrahi

Others

ଧର୍ମଯୁଦ୍ଧ ପୁଣିଥରେ

ଧର୍ମଯୁଦ୍ଧ ପୁଣିଥରେ

2 mins
325



ତମେମାନେ ସବର୍ଣ୍ଣ କେମିତି ହେଲ !

ବ୍ରାହ୍ମଣ, କରଣ ଓ କ୍ଷତ୍ରିୟ ବୋଲି

ସବୁଠି ଅଛୁଆଁ ତମେ,ସବୁଠି ପଛୁଆ ଆଜି,

ତମପାଇଁ ଦାନା ନାହିଁ, କନା ନାହିଁ,

ନାହିଁ ନିୟୋଜନ,ନାହିଁବି ଯୋଜନା।

ଭାବିଲେ ଆଶ୍ଚର୍ଯ୍ୟ ଲାଗେ,ତମେ ବି ଦେଖୁଛ ସ୍ୱପ୍ନ

ପିଲାଙ୍କୁ ବଢ଼େଇବ,ପଢେଇବ, ପାଠୁଆ କରିବ,

ପେଟକୁ ନ ଦେଇ ଦାନା ଭବିଷ୍ୟ ଗଢିବ !

ସମୁନ୍ନତ କରିବ ଏ ଦେଶ ଓ ଜାତିକୁ !!


ବାପା କି ଗୋସାପ କେହି ରାଜା ଥିଲେ,

ଥିଲେ ମୁନସୀ ଅବା ଜମିଦାର।

ଘୋଡ଼ା ହାତୀ ଚଢ଼ି ବୁଲୁଥିଲେ ଯେବେ

ସଡକ ର ଉଭୟ ପାର୍ଶ୍ୱରେ ମଥା ନତ କରି

ଦଣ୍ଡାୟମାନ ଜନତା କରୁଥିଲେ ଜୟ ଜୟକାର।

ଘିଅ ଖାଇ ଖିରରେ ସେମାନେ ଧୋଉଥିଲେ ହାତ,

ପାଳ ରୁ ଗହୀର ଯାଏଁ ଯେତେ ଜମି,ଜୋର ଓ ପୋଖରୀ

ସବୁର ମାଲିକ ଥିଲେ, ବାକି ମାନେ ଥିଲେ ଭାଗଚାଷୀ,

ଆଠକାଳି-ବାରମାସି ବୋଲକରା, ଚାକର-ବାକର।

ବରଷକ ଭାଗ ଅମଳରେ ଭରୁଥିଲା ବାରବର୍ଷ ଯାଏଁ

କୁବେର ଭଣ୍ଡାର ସମ ବିରାଟ ଅମ୍ଭାର।

ଅକାଳ,ଅବେଳ ଅବା ଦୁର୍ଭିକ୍ଷ ପଡିଲେ କେବେ

ଭୋକିଲାଙ୍କ ସାହା ଓ ଭରସା ଥିଲେ ପୂର୍ବଜ ତମର।

ଯାଉଁଳିଆ ନିଶ ଥିବା କିଛି ତୈଳଚିତ୍ର ଏବେବି ଝୁଲୁଛି

କାହାକାହା ଛପର ନଥିବା ଘର ଫାଟୁଆ କାନ୍ଥରେ

ଯାହାକୁ ଦେଖିଲେ, ଚଉଡା ହୁଏ ତମ ଛାତି,

ଗର୍ବ ଲାଗେ କହିବାକୁ, ବ୍ରାହ୍ମଣ, କରଣ, କ୍ଷତ୍ରିୟ ଆମେ

ଅସମ୍ପନ୍ନ ହୋଇ ମଧ୍ୟ ବଡ଼ଜାତି ଆମ ସମାଜର ।


"କର୍ପୂର ନାହିଁ ହେଲେ,କନା ତ ପଡିଛି।" କହି

ପେଟେ ଦେଇ ଓଦା କନା , ମିଛ ହସ ମୁହେଁ ବୋଳି,

ଶୁଣିଶୁଣି ବୃଥା ଚାଟୁକାରୀ କଟେଇଲ ଦି'ତିନି ପୁରୁଷ।


ସେ ବେଳର ଅସବର୍ଣ୍ଣ, ଅଛୁଆଁ ଓ ଅପାଠୁଆ ମାନଙ୍କର

ଦାୟାଦ ଯେତେକ ଏବେ ସବୁଠି ଆଗୁଆ

କାରଣ,ସେମାନେ ଗଣ୍ଠିଧନ-ଗଳାମାଳି ସରକାରଙ୍କର,

ତାଙ୍କ ପାଇଁ ଯୋଜନାର ମାଳ ଫିଙ୍ଗାଯାଏ,

ନିଯୁକ୍ତି କ୍ଷେତ୍ରରେ, ମାଟିକୁ ଛୁଇଁବା ଯାଏଁ

ନୂଆଁଇ ଦିଆଯାଏ ମାନଦଣ୍ଡ,ଶିକ୍ଷା ଓ ଦୀକ୍ଷାର,

ଶାରୀରିକ,ବୌଦ୍ଧିକ ଯୋଗ୍ୟତା ଓ ପାରଙ୍ଗମତାର,

ସିଂହ ଭାଗ ସର୍ବତ୍ର ତାଙ୍କର

ଯେହେତୁ ସେମାନେ କେବେ ପଛୁଆ ବର୍ଗର ଥିଲେ।


ଏବେ ଆଉ ଜମି ନାହିଁ,ଜମା ନାହିଁ,ନାହିଁ ଜମିଦାରୀ,

ପ୍ରାଣ ବିକଳରେ ବିକିଦେଲ ସେସବୁକୁ ଶାଗମାଛ ପରି

ସେମାନଙ୍କୁ ,ଯେଉଁମାନେ ସେ ଜମିରେ ଭାଗଚାଷୀ ଥିଲେ,

ଜମିର ମାଲିକ ସେଇମାନେ ଏବେ,

ତମେଆମେ ଜମିହୀନ, ଭୂମିହୀନ,ବାସହୀନ,

ସର୍ବହରା -ସମାଜରେ ଭିନ୍ନ ଏକ ବର୍ଗ

ଯାହାପାଇଁ ଯୁଆଡେ ଚାହିଁଲେ କିଛି ହେଲେ କିଛି ନାହିଁ।


ମୁଁ ତ କହିବି , ସମାଜରେ ଦୁଇ ଜାତି ଏବେ-

ଥିଲାବାଲା , ନଥିଲା ବାଲା- ଦୁଇ ବର୍ଗ ମାତ୍ର।

ଏଇତ ପ୍ରକୃଷ୍ଟ ସମୟ , ସୂତ୍ରପାତ କରିଦେବା ପାଇଁ

ଆଉ ଏକ ଧର୍ମଯୁଦ୍ଧ-ଶ୍ରେଣୀ ସଂଘର୍ଷର,

ପୁନଃ ସଂସ୍ଥାପିତ କରି ଆର୍ଥିକ ସାମ୍ୟବାଦ ର

ଉପଲବ୍ଧ ସାଧନ ସବୁ କୁ ନିକିତିରେ ଭଲକି ତଉଲି

ସମାନ ହିସା ରେ ବାଣ୍ଟିନେବା ପାଇଁ।।

======©=====

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପୀରହାଟ ବଜାର

ଭଦ୍ରକ,ଓଡିଶା-୭୫୬୧୩୧

ଭ୍ରାମ୍ୟଭାଷ କ୍ରମାଙ୍କ: ୯୯୩୭୫୪୮୪୩୧

୯୪୩୮୬୭୦୧୨୦

---------------------------

ପ୍ଲଟ୍ ନଂ-୩୪୨,ସେକ୍ଟର୍-୫

ନିଳାଦ୍ରୀ ବିହାର୍,ଚନ୍ଦ୍ରଶେଖର୍ ପୁର

ଭୂବନେଶ୍ୱର-୭୫୧୦୨୧

ଓଡିଶା

E&OE

U N E D I T E D


Rate this content
Log in