STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଧନ୍ୟରେ କାଳିଆ

ଧନ୍ୟରେ କାଳିଆ

1 min
13.9K


ନ ଦେଇ ବି କିଛି          ଦେଇଅଛୁ ସବୁ

ନିନ୍ଦିବି ତୋତେ କିପରି

ଅନ୍ତରରେ ମୋର        ଭରିଅଛୁ ପ୍ରେମ

କେତେ ବଡ କୃପା କରି


ନ ଯାଇ ବି ପୁରୀ          କରୁଛି ଦର୍ଶନ

ମାନସ ଚକ୍ଷୁ ମୋହରି

ଖାଉଛି ଏଠାରେ      ତୋ ପୂଣ୍ୟ ଅବଢା

ଲକ୍ଷ୍ମୀଙ୍କ ହାତ ତିଆରି


ଦୁଃଖ ସିନା ମୋତେ     ଯାବୋଡି ଧରିଛି

ତୋତେ ତଡି ପାରୁନାହିଁ

ଏହାଠାରୁ ବଡ        କି ଲୋଡା ମୋହର

ଧନ୍ୟରେ କାଳିଆ ତୁହି


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in