ଧାରା ଶ୍ରାବଣ
ଧାରା ଶ୍ରାବଣ
1 min
11.3K
ଦୀପକ ଷଡଙ୍ଗୀ
ଶ୍ରାବଣର ପ୍ରଥମ ବର୍ଷା ଦିଏ
ନିଦାଘ ଉଷ୍ଣତାକୁ ଶୀତଳତା
ପ୍ରେମିକ ହୃଦୟରେ ଭରିଦିଏ
ପ୍ରେମର ଉତୂଙ୍ଗ ମାଦକତା
ଝିପଝିପ ବର୍ଷାରେ ଭିଜିଭିଜି
ପ୍ରେମ କରିବାର ମଜା ନିଆରା
ଚିକମିକ ବିଜୁଳିର ଆଲୁଅରେ
ପ୍ରେମିକ ହୁଏ ଆତ୍ମହରା
ନିଚ୍ଛକ ପ୍ରେମର ମୂକସାକ୍ଷୀ
ଏଇ ଧାରା ଶ୍ରବଣର ବର୍ଷା
ପ୍ରେମ ଲୋଡେ ନାହିଁ ଅର୍ଥ
ଅବା ସ୍ଵାର୍ଥପର ସେବା ଶୁଶ୍ରୂଷା
ଶ୍ରାବଣର ବାରିଧାରା ଯାଏ ଯେବେ
ପ୍ରେମର କୁସୁମକୁ ଚୁମିଚୁମି
ବର୍ଷାର ଶୀତଳ ସ୍ପର୍ଶ ବହାଏ
ପ୍ରେମିକ ମନରେ ଚୋରା ମୌସୁମୀ
ଗାଳ୍ପିକ ହେଉ ଅବା
କବିର ସୁମଧୁର ଗୀତି କବିତା
ବର୍ଷା ଓ ପ୍ରେମର ରହିଛି
ଏକ ଛନ୍ଦମୟ ବନ୍ଧନତା
ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ
ଖୋଡାସିଂଗି, ବ୍ରହ୍ମପୁର – ୧୦
